VOL. NO. 03 | ISSUE NO. 05 | SEP-OCT 2025


ତୃତୀୟ ବର୍ଷ, ପଞ୍ଚମ ସଂଖ୍ୟା | ସେପ୍ଟେମ୍ବର-ଅକ୍ଟୋବର ୨୦୨୫




ଲେଖକ: ଡ. ଶ୍ରୀକାନ୍ତ କୁମାର ବାରିକ୧, ଗୋଦାବରୀ ବାରିକ୨
Article No. BM2025/05-A001
DOI:10.70541/BAGEESHA/2025030501
PAGE:08-12
READ ABSTRACT

ସବୁଜିମା ଭରା ଏକ ଉଜ୍ଜ୍ୱଳ ଓ ସନ୍ତୁଳିତ ପୃଥିବୀର ପରିକଳ୍ପନା ପାଇଁ ପରିବେଶ ସୁରକ୍ଷା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ। କିନ୍ତୁ ସାଂପ୍ରତିକ ସମୟରେ ବିଭିନ୍ନ ପ୍ରକଳ୍ପର ଦ୍ୱାହି ଦେଇ ପ୍ରାକୃତିକ ପରିବେଶକୁ ଧ୍ୱଂସମୁଖକୁ ଠେଲି ଦିଆଯାଉଛି। ଜଗତିକରଣ ପ୍ରଭାବରେ ମଧ୍ୟ ବହୁରାଷ୍ଟ୍ରୀୟ କମ୍ପାନୀମାନଙ୍କୁ ଅବାଧରେ ଶିଳ୍ପ ସଂସ୍ଥାପନ କରିବା ପାଇଁ ଅନୁମତି ଦିଆଗଲା। ଫଳରେ ଲାଭଖୋର କଂପାନୀଗୁଡ଼ିକ ପ୍ରାକୃତିକ ସଂପଦର ଉପଯୋଗ ସହିତ ଜମି-ଜଳ-ଜଂଗଲ-ପାହାଡ-ଖଣି-ଖାଦାନ ସବୁକୁ ବିପର୍ଯ୍ୟସ୍ତ କରିଦେଲେ। ଲକ୍ଷଲକ୍ଷ ଗଛ କଟାଗଲା ବିକାଶ ନାମରେ। ପରିବେଶକୁ ହତ୍ୟା କରାଗଲା। ଫଳରେ ଭୟଙ୍କର ଭାବେ ପ୍ରାକୃତିକ ବିପର୍ଯ୍ୟୟ ସବୁ ଦେଖାଦେଲା। ପରିବେଶର ଏହି ମହାସଙ୍କଟକୁ ଯେଉଁ ସାହିତ୍ୟରେ ରୂପ ଦିଆଯିବା ସହିତ ପ୍ରତିକ୍ରିୟା ପ୍ରକାଶ ପାଇଛି ତାକୁ ପରିବେଶକୈନ୍ଦ୍ରିକ ସାହିତ୍ୟ କୁହାଯାଏ। ଅବକ୍ଷୟମୁଖୀ ପରିବେଶର ପୁନରୁଦ୍ଧାର ପାଇଁ ଏଥିରେ ସଚେତନତା ସୃଷ୍ଟି କରାଯାଇଛି। ଉତ୍ତର ଅଶୀ ଓଡ଼ିଆ ଗଳ୍ପରେ ଏହି ପରିବେଶକୈନ୍ଦ୍ରିକ ଦୃଷ୍ଟିକୋଣ କିଭଳି ପ୍ରତିଫଳିତ ତାହା ଆଲୋଚ୍ୟ ପ୍ରବନ୍ଧର ଅଭିଲକ୍ଷ୍ୟ।



ଲେଖକ: ଅଶୋକ କୁମାର ମହାନ୍ତ
Article No. BM2025/05-A002
DOI:10.70541/BAGEESHA/2025030502
PAGE:13-17


ଲେଖକ: ସୁଦର୍ଶନ ସାହୁ
Article No. BM2025/05-A003
DOI:10.70541/BAGEESHA/2025030503
PAGE:18-24
READ ABSTRACT

ଓଡ଼ିଆ ଅସ୍ମିତାର ପରିଚୟ ହେଉଛନ୍ତି ଶ୍ରୀଜଗନ୍ନାଥ। ଯୁଗଯୁଗ ଧରି ଜଗନ୍ନାଥ କେବଳ ଓଡିଆ ସାହିତ୍ୟ ନୁହେଁ, ଭାରତୀୟ ଧର୍ମଧାରା ଓ ସାହିତ୍ୟ ସହ ମଧ୍ୟ ସମ୍ପୃକ୍ତ। ସାହିତ୍ୟର ସମସ୍ତ ବିଭାବ ଅପେକ୍ଷା ନାଟକରେ ଜଗନ୍ନାଥଙ୍କ ଐତିହ୍ୟ ଓ ଚିନ୍ତାଧାରା ଭିନ୍ନ ଭାବେ ପ୍ରକଟିତ। କାରଣ ନାଟକ ମିଶ୍ରକଳା। ତେଣୁ ସାମ୍ପ୍ରତିକ ସମୟରେ ଅତୀତର ତଥା ଶ୍ରୀଜଗନ୍ନାଥଙ୍କର ଐତିହ୍ୟ ଚିନ୍ତା ଚେତନାକୁ ଗବେଷଣା କରିବାର ପ୍ରାସଙ୍ଗିକତା ରହିଛି। ଲୁପ୍ତ ହୋଇଯାଉଥିବା ସଂସ୍କୃତିକୁ ପୁନଃଜୀବିତ କରାଯିବା ଆବଶ୍ୟକତା ରହିଛି। ଶ୍ରୀଜଗନ୍ନାଥଙ୍କୁ କେନ୍ଦ୍ରକରି ରଚିତ ୧୯୮୦ ପରବର୍ତ୍ତୀ ସମୟର କେତୋଟି ନାଟକକୁ ଉକ୍ତ ଆଲୋଚନାର ପରିସରଭୁକ୍ତ କରାଯାଇଛି। ଏହା ନୁହେଁ ଯେ, ପୂର୍ବରୁ ଜଗନ୍ନାଥଙ୍କୁ କେନ୍ଦ୍ରକରି ନାଟକ ରଚନା କରାଯାଇନାହିଁ। କିନ୍ତୁ ଏହି ସମୟ ଖଣ୍ଡ ଭିତରେ ଜଗନ୍ନାଥ ଯେଉଁ ଚେତନାର ପୀଠଭୂମିରେ ବିଦ୍ୟମାନ ଥିଲେ ସେଥିରେ ୧୯୮୦ ପରେ ପରିବର୍ତ୍ତନ ଆସିଛି। ଏହି ପରିବର୍ତ୍ତିତ ଚେତନାର ଆଧାରରେ ନାଟକଗୁଡିକୁ ଆଲୋଚନାର ପର୍ଯ୍ୟାୟଭୁକ୍ତ କରାଯାଇଛି ଏହାକୁ ପ୍ରାମାଣ କରିବାପାଇଁ ଆବଶ୍ୟକତା ଅନୁଯାୟୀ ନାଟକଗୁଡ଼ିକର ସଂଳାପ ମଧ୍ୟ ସଂଯୋଜିତ ହୋଇଛି।




ଲେଖକ: ଡ. ଅଜୟ କୁମାର ସାହୁ
Article No. BM2025/05-A005
DOI:10.70541/BAGEESHA/2025030505
PAGE:36-40
READ ABSTRACT

ଭାଷା ଓ ସାହିତ୍ୟର ବିକାଶ ନିମନ୍ତେ ପ୍ରବନ୍ଧ ଓ ସମାଲୋଚନାର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହି ଧାରାରେ ଓଡ଼ିଆ ସାହିତ୍ୟରେ ଜଣେ ସଫଳ ସମାଲୋଚକ ଭାବେ ପ୍ରଫେସର ବାଉରୀବନ୍ଧୁ କର ଅନ୍ୟତମ। ତାଙ୍କ ଆଲୋଚନାରେ ସାମାଜିକ ମୂଲ୍ୟବୋଧ, ସାମାଜିକ ସଚେତନତା, ସାହିତ୍ୟରେ ଶିଳ୍ପ ଓ ଶୈଳୀର ଉନ୍ନତ ମାନଦଣ୍ଡ ଦେଖିବାକୁ ମିଳେ। ସମାଲୋଚକଙ୍କ ଗଦ୍ୟରୁ ମିଳୁଥିବା ଉଦ୍ଦାତ୍ତସ୍ୱର ତାଙ୍କ ମୂଲ୍ୟବୋଧ, ସାମାଜିକ ଦୃଷ୍ଟିକୋଣ ଓ ଶବ୍ଦଶକ୍ତିକୁ ପ୍ରତିବିମ୍ବିତ କରେ। ତାଙ୍କ ଗବେଷଣାତ୍ମକ ଦିଗ ଗୁଡ଼ିକ ବିଶେଷତଃ ତିନୋଟି ଆଧାର ଉପରେ ପର୍ଯ୍ୟବେସିତ- (କ) ସାହିତ୍ୟଭିତ୍ତିକ (ଖ) ସମୀକ୍ଷକ ଓ ବ୍ୟକ୍ତି ସମ୍ପର୍କିତ (ଗ) ଐତିହ୍ୟ, ସଂସ୍କୃତି ଓ ଧର୍ମ ଆଧାରିତ। ଏହି ନିବନ୍ଧରେ ବାଉରୀବନ୍ଧୁ କରଙ୍କ ସମୀକ୍ଷାକୁ ଏକ ଦୃଢ଼ ସାମାଜିକ ଶସ୍ତ୍ର ସହ ତୁଳନା କରି ସାହିତ୍ୟ, ସଭ୍ୟତା ଓ ସାଂସ୍କୃତିକ ମୂଲ୍ୟବୋଧ ପ୍ରତି ଥିବା ଗୁରୁତ୍ୱ ସଂପର୍କରେ ଆଲୋଚନା କରାଯାଇଛି। ଯାହା ଓଡ଼ିଆ ସମାଲୋଚନା କ୍ଷେତ୍ରରେ ବାଉରୀବନ୍ଧୁ କରଙ୍କ ନିଷ୍ଠା ଓ ସାଧନାର ପରିଚାୟକ।



ଲେଖକ: ଡ. ରବୀନ୍ଦ୍ର କୁମାର ଦାସ
Article No. BM2025/NF05-A001
DOI:10.70541/BAGEESHA/NF2025030401
PAGE:44-53
READ ABSTRACT

ଛନ୍ଦ ହେଉଛି ଏକ ସାଙ୍ଗୀତିକ ଅନୁଷଙ୍ଗ। ଅକ୍ଷର ବା ମାତ୍ରା ବିଶେଷ ନିୟମରେ ଆବଦ୍ଧ ହୋଇ ଗତିଶୀଳ ହେଲେ, ସେହି ଶବ୍ଦ ଯୋଜନା ରୀତି ସାଧାରଣତଃ ‘ଛନ୍ଦ’ ନାମରେ ପରିଚିତ ହୋଇଥାଏ। ସଂସ୍କୃତ କାବ୍ୟ ଆଦର୍ଶରେ ଛନ୍ଦ ‘ବୃତ୍ତ’ ନାମରେ ପରିଚିତ। ଛନ୍ଦ ପାଇଁ ଉଭୟ ଗଦ୍ୟ ଏବଂ ପଦ୍ୟ ମଧ୍ୟରେ ଲୟାତ୍ମକତା ପ୍ରଦର୍ଶିତ ହୋଇଥାଏ ତଥା ପରିବେଷିତ ମଧ୍ୟ ହୋଇଥାଏ। ଛନ୍ଦ ଯେତେବେଳେ ଗାନ ବା ଆବୃତ୍ତି କରାଯାଏ, ସେତେବେଳେ ତାହା ଶ୍ରବଣ, ଦୃଶ୍ୟ, ଘ୍ରାଣ, ସ୍ପର୍ଶ, ସ୍ୱାଦ ପ୍ରଭୃତି ସହିତ ସଂଚାର ହେବା ସଙ୍ଗେ ସଙ୍ଗେ ଭାବ ନିଷ୍ପତ୍ତି କ୍ଷେତ୍ରରେ ମଧ୍ୟ କ୍ରିୟାତ୍ମକ ଅନୁଷଙ୍ଗ ନିର୍ମାଣ କରେ। ସେଥିରେ ବିଭିନ୍ନ ପ୍ରକାରର ଯତିପାତ ବା ବିଶ୍ରାମର ସ୍ଥାନ ମଧ୍ୟ ନିର୍ଣ୍ଣିତ ହୋଇଥାଏ। ଆଶ୍ଚର୍ଯ୍ୟର କଥା ହେଉଛି, ପ୍ରାଚୀନ ଯୁଗରୁ ଆରମ୍ଭ କରି ଆଜି (ଏକବିଂଶ ଶତାବ୍ଦୀ) ପର୍ଯ୍ୟନ୍ତ ବିଭିନ୍ନ କାବ୍ୟ କବିତାରେ ତଥା ସାହିତ୍ୟରେ ଛନ୍ଦର ପ୍ରଚଳନ ରହିଛି। କାବ୍ୟିକ ଛନ୍ଦ ହେଉ ବା ବାକ୍‌ ରୀତି ଅନୁବଦ୍ଧ ଛନ୍ଦ ହେଉ, ବା ଅମିତ୍ରାକ୍ଷର ଛନ୍ଦ ବା ମୁକ୍ତ ଛନ୍ଦ – ସବୁଠି ଛନ୍ଦର ଯେଉଁ ଅନୁଭବ୍ୟ ବା ଅନନୁଭବ୍ୟ ଲୟ, ତାଳ ଏବଂ ଗୀତିମୟତା ରହିଛି, ତାହା ସ୍ୱତଃ ଉପଲବ୍ଧି କରିହୁଏ।



ଲେଖକ: ଡ. ବିଜୟଲକ୍ଷ୍ମୀ ଦାଶ
Article No. BM2025/NF05-A002
DOI:10.70541/BAGEESHA/NF2025030502
PAGE:54-56
READ ABSTRACT

ଅପଭ୍ରଂଶର ଉତ୍ତର କାଳରେ ରଚିତ ଚର୍ଯ୍ୟାପଦ ଓଡ଼ିଆ ଭାଷାର ଆଦ୍ୟ ନିଦର୍ଶନ ରୂପେ ଗୃହୀତ। ଏହାର ଉଦ୍ଧାରକର୍ତ୍ତା ଥିଲେ ବଙ୍ଗଳାର ମହାମହୋପାଧ୍ୟାୟ ହରପ୍ରସାଦ ଶାସ୍ତ୍ରୀ। ଉଦ୍ଧାର ସ୍ଥାନ ଥିଲା ନେପାଳର ରାଜଦରବାର। ଶାସ୍ତ୍ରୀ ମହାଶୟ ଯେଉଁ ପୋଥି ପାଇଥିଲେ ସେଥିରେ ଦୁଇପ୍ରକାର ବିଷୟ ଥିଲା। ଗୋଟିଏ ଧର୍ମ ସମ୍ବନ୍ଧୀୟ ବିଧି ନିଷେଧ ବିଷୟକ ଗୀତ ଓ ଅପରଟି ଦୋହା। ଶାସ୍ତ୍ରୀ ମହାଶୟ ଏହାର ନାଁ ଦେଲେ ‘ବୌଦ୍ଧଗାନ ଓ ଦୋହା’। ଧର୍ମ, ଭାଷାତତ୍ତ୍ୱ, ଜୀବ ଓ ଆତ୍ମାର ତାତ୍ତ୍ୱିକ କଥା, ନାରୀ ମଧ୍ୟରେ ନିର୍ବାଣର ପର୍ଯ୍ୟାୟକ୍ରମକୁ ନେଇ ଚର୍ଯ୍ୟାପଦ ଏକ ଚରମ ଚିନ୍ମୟ ଭାବର ଚିତ୍ରଶାଳା ପାଲଟି ଗଲା। ଚର୍ଯ୍ୟାପଦରେ ବର୍ଣ୍ଣିତ ନାରୀ ଚରିତ୍ରମାନେ କେବଳ ସାମାଜିକତା ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ନୁହଁନ୍ତି ବରଂ ଏକ ଗଭୀର ଆଧ୍ୟାତ୍ମିକ ଭାବନାର ପ୍ରତୀକ। ନାରୀ ଏଠାରେ ପ୍ରଜ୍ଞା ବା ଶକ୍ତିର ମୂଳ ଆଧାର। ପୁରୁଷ ହେଉଛି ଉପାୟର ଅନ୍ୟନାମ। ଉପାୟ ଓ ପ୍ରଜ୍ଞାର ସଂଯୋଗରେ ମୋକ୍ଷ ପ୍ରାପ୍ତି ହୁଏ। ପ୍ରଜ୍ଞାକୁ କେହି କେହି ‘ଆତ୍ମା’ ଜ୍ଞାନ କରିଥାଆନ୍ତି। ‘ପ୍ରେମ’ ଏଠାରେ ଆଧ୍ୟାତ୍ମିକ ଏକତ୍ୱବୋଧ। ମିଳନ ହେଉଛି ମୋକ୍ଷର ଅନ୍ୟ ନାମ। ଚର୍ଯ୍ୟାପଦରେ ‘ନାରୀ’ ଏକ ଗଭୀର ତାତ୍ତ୍ୱିକ ବିଶ୍ଲେଷଣର କଥା। ଏଠାରେ ସେ ଲୌକିକ ଜୀବନଚର୍ଯ୍ୟାର ଅଂଶବିଶେଷ ନୁହେଁ ବରଂ ଆଧ୍ୟାତ୍ମିକ ଶକ୍ତିର ମୂଳ ସ୍ୱରୂପା। ତାନ୍ତ୍ରିକ ବୌଦ୍ଧ ଦର୍ଶନର ଆଧାର ଭୂମିରେ ପରିକଳ୍ପିତ ଚର୍ଯ୍ୟାପଦରେ ବର୍ଣ୍ଣିତ ନାରୀ ଚରିତ୍ରମାନେ କିପରି ନିର୍ବାଣ ପ୍ରାପ୍ତି କରାଇ ପାରନ୍ତି ସେ ସମ୍ପର୍କରେ ଆଲୋଚନା କରିଛି।