୧୯୮୦ ପରବର୍ତ୍ତୀ ଓଡ଼ିଆ ଉପନ୍ୟାସର ଭାଷାଶିଳ୍ପ
ଡ. ଖଗେଶ୍ୱର ମେହେର
ଅଧ୍ୟାପକ, ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ, ବଣାଇଁଗଡ଼ ମହାବିଦ୍ୟାଳୟ, ବଣାଇଁଗଡ଼
Article ID: BM2024/05-A004
Article Received : 13.10.2024 | Accepted : 25.10.2024 | Published : 25.11.2024
ପ୍ରକାଶନ ବିବରଣୀ
ଦ୍ୱିତୀୟ ବର୍ଷ, ପଞ୍ଚମ ସଂଖ୍ୟା | ସେପ୍ଟେମ୍ବର – ଅକ୍ଟୋବର ୨୦୨୪
Volume No. 02 | Issue No. 05 | Sep – Oct 2024
ସାରାଂଶ
ଆଲୋଚ୍ୟ ପ୍ରବନ୍ଧଟିରେ ୧୯୮୦ ପରବର୍ତ୍ତୀ ଓଡ଼ିଆ ଉପନ୍ୟାସର ଭାଷିକ ବୈଚିତ୍ର୍ୟ ଉପରେ ଅଧ୍ୟୟନ ତଥା ବିଶ୍ଳେଷଣ ନିମିତ୍ତ ପ୍ରୟାସ କରାଯାଇଅଛି । ସଂପ୍ରତି ୧୯୮୦ ପରବର୍ତ୍ତୀ ଓଡ଼ିଆ ଉପନ୍ୟାସ ଏକ ସ୍ୱତନ୍ତ୍ର ଆଲୋଚନାର ବିଷୟ । ପୁଣି, ‘ଭାଷାତତ୍ତ୍ୱ’ ବା ‘ଭାଷାବିଜ୍ଞାନ (Linguistics) ମଧ୍ୟ ଏକ ସ୍ୱତନ୍ତ୍ର ଅଧ୍ୟୟନର ବିଷୟ। କାରଣ, ଭାଷାର ଏକ ତାତ୍ତ୍ୱିକ ଅଥଚ ବୈଜ୍ଞାନିକ ଅନୁଶୀଳନ ହେଉଛି ‘ଭାଷାତତ୍ତ୍ୱ’ ବା ‘ଭାଷାବିଜ୍ଞାନ’। ଏହି ଭାଷାବୈଜ୍ଞାନିକ ଅନୁଶୀଳନର ଏକ ସ୍ୱତନ୍ତ୍ର ଧାରା ୧୯୮୦ ପରବର୍ତ୍ତୀ ଓଡ଼ିଆ ଉପନ୍ୟାସରେ ଲକ୍ଷଣୀୟ। କହିବା ବାହୁଲ୍ୟ, ଉକ୍ତ କାଳରେ ମୁଖ୍ୟତଃ ଲେଖନୀ ଚାଳନା କରିଥିବା ଔପନ୍ୟାସିକ ପ୍ରମୁଖ ଉପନ୍ୟାସର ଭାବ, ଭାଷା ଓ ଶୈଳୀରେ ନୂତନ ପରୀକ୍ଷା-ନିରୀକ୍ଷା ତଥା ପ୍ରୟୋଗମାନ କରି ପାଠକକୁ ସମ୍ମୁଖୀକୃତ (Foregrounded) କରାଇବାରେ ସମର୍ଥ ହୋଇଛନ୍ତି । ଫଳରେ ୧୯୮୦ ପରବର୍ତ୍ତୀ ଓଡ଼ିଆ ଉପନ୍ୟାସ ପାଠକ-ସମାଜକୁ ଏକ ନୂତନ ଦିଶା ଦେଖାଇବାରେ ସର୍ବଦା ହୋଇଉଠିଛି ତତ୍ପର । ଏହି ସମସ୍ତ ଆଭିମୁଖ୍ୟକୁ ନେଇ ଶଂସିତ ପ୍ରବନ୍ଧଟି ପ୍ରସ୍ତୁତ ହୋଇଅଛି।
ମୂଳଶବ୍ଦ :
ଭାଷା ଓ ଭାଷାତତ୍ତ୍ୱ, ୧୯୮୦ ପରବର୍ତ୍ତୀ ଓଡ଼ିଆ ଉପନ୍ୟାସ, ଭାଷିକ ବୈଚିତ୍ର୍ୟ, ଭାଷାଶିଳ୍ପ, ପରୀକ୍ଷା-ନିରୀକ୍ଷା
ସହାୟକ ଗ୍ରନ୍ଥସୂଚୀ :
୧) ତ୍ରିପାଠୀ, ସନ୍ତୋଷ। ‘କଥାକଳ୍ପ’। ପ୍ରଥମ ସଂସ୍କରଣ, ପକ୍ଷୀଘର ପ୍ରକାଶନୀ, ମଧୁସୂଦନ ନଗର, ଭୁବନେଶ୍ୱର। ୨୦୨୧, ପୃ- ୩୫୪।
୨) ‘ଝଙ୍କାର’। ୭୦ତମ ବର୍ଷ, ସଂଖ୍ୟା-୧, ମେଷ: ୧୪୨୫ ସାଲ, ଏପ୍ରିଲ: ୨୦୧୮। ପୃ-୯୯। (ଦ୍ରଷ୍ଟବ୍ୟ- ଅଶୋକ କୁମାର ଦାଶଙ୍କ ‘ଗର୍ବ କରିବାର କଥା: କଥା ଓ ଶୈଳୀ’ ଶୀର୍ଷକ ପ୍ରବନ୍ଧ)
୩) ଦାସ, ରବୀନ୍ଦ୍ର କୁମାର। ‘ଶୈଳୀବିଜ୍ଞାନର ଆଲୋକରେ ଫକୀରମୋହନଙ୍କ ଉପନ୍ୟାସ’। ମୀରାମ୍ବିକା ପ୍ରକାଶନୀ, ବାଲେଶ୍ୱର। ପୃ- ୧୩୫।
Copyright (C) 2024 ଡ. ଖଗେଶ୍ୱର ମେହେର

This work is licensed under a Creative Commons Attribution 4.0 International License.
