‘ବାଗୀଶ’କୁ ସ୍ଵାଗତ


‘ବାଗୀଶ’ ଓଡ଼ିଆ ସମାଲୋଚନା ସାହିତ୍ୟ ନିମନ୍ତେ ଏକ ସମ୍ଭାବନା ସୃଷ୍ଟିର କ୍ଷୁଦ୍ରାତିକ୍ଷୁଦ୍ର ପ୍ରୟାସ। ଯୁବମାନସକୁ ଓଡ଼ିଆ ଭାଷା ସାହିତ୍ୟର ନବୀନ ଦିଗମାନଙ୍କରେ ଗବେଷଣାମନସ୍କ କରେଇ ଓଡ଼ିଆ ସମାଲୋଚନା ସାହିତ୍ୟର ସାମାନ୍ୟତମ ଉନ୍ନତି ସାଧନରେ ସଫଳତା ଲାଭ କରିପାରିଲେ ବାଗୀଶ ଧନ୍ୟ ହେବ। ଏ କ୍ଷେତ୍ରରେ ସେ କେତେ ସଫଳ ହେବ ସେ ତ ସମୟ କହିବ। ଏବେ ତ ତା’ର ଡେଣା ମେଳେଇ ଉଡ଼ିବାର ବେଳ । ଖୋଲା ଆକାଶ ଛାତିରେ ତାକୁ ଉଡ଼ିବାକୁ ଦିଆଯାଉ।

ମୋର ବିଶ୍ଵାସ ସେ ନିଶ୍ଚୟ ପାରିବ।

-ସଂପାଦକ


ଆମ ଓଡ଼ିଆ ଗବେଷଣା କ୍ଷେତ୍ର ବର୍ତ୍ତମାନ ଏକ ଦୋଦୁଲ୍ୟମାନ ସ୍ଥିତିରେ। ଏହି ସମୟରେ ଯଦି ଯୁବପ୍ରାଣ ଗବେଷଣା କ୍ଷେତ୍ରରେ ମନ ନିବେଶ ନ କରିବେ ତେବେ ଏ ସ୍ଥିତିରେ ପରିବର୍ତ୍ତନ ନାହିଁ। ଏହାକୁ ଗୁରୁତ୍ଵ ଦେବା ହିଁ ଆମ ଉଦ୍ଦେଶ୍ୟ।

ସମୟର ପରିବର୍ତ୍ତନକୁ ଆଧାର କରି ସାହିତ୍ୟ ବଦଳେ। ବଦଳିବା ନିୟତି। ସମାଲୋଚନା ଧାରାରେ ମଧ୍ୟ ପରିବର୍ତ୍ତନ ଅନିବାର୍ଯ୍ୟ। ଏକ୍ଷେତ୍ରରେ ଦୃଷ୍ଟି ଦେଇ ଆଗକୁ ବଢିବା ଆମ ଉଦ୍ଦେଶ୍ୟ। ଯାହା ଆଗାମୀ ପିଢି ପାଇଁ ପ୍ରେରଣା ଦେବ।

ବିନା କୌଣସି ପାଉଣାରେ ବାଗୀଶ ଲେଖା ପ୍ରକାଶନ ଓ ଏହାର ପ୍ରସାରଣ ପାଇଁ ନିଜକୁ ଗଢିଛି। ଓଡ଼ିଆ ସମାଲୋଚନା ସାହିତ୍ୟକୁ ଗୋଟେ ନୂଆ ଦିଗକୁ ବାଟ କଢେଇ ନେବା ହିଁ ବାଗୀଶର ସୃଷ୍ଟି ପଛରେ ଥିବା ମହତ ଉଦ୍ଦେଶ୍ୟ।



ତୃତୀୟ ବର୍ଷ, ଚତୁର୍ଥ ସଂଖ୍ୟା | ଜୁଲାଇ-ଅଗଷ୍ଟ ୨୦୨୫


VOLUM NO. 03 । ISSUE NO. 04 । JUL-AUG 2025



ମୌଳିକ ଗବେଷଣା ପ୍ରକାଶିତ

ସ୍ଵତନ୍ତ୍ର ସଂଖ୍ୟା ପ୍ରକାଶିତ

ପାଠକ ଓ ଲେଖକଙ୍କ ସମ୍ପୃକ୍ତି

ଡାଉନଲୋଡ଼


‘ବାଗୀଶ’ ଓଡ଼ିଆ ସମାଲୋଚନା ସାହିତ୍ୟ ନିମନ୍ତେ ଏକ ସମ୍ଭାବନା ସୃଷ୍ଟିର କ୍ଷୁଦ୍ରାତିକ୍ଷୁଦ୍ର ପ୍ରୟାସ । ଯୁବମାନସକୁ ଓଡ଼ିଆ ଭାଷା ସାହିତ୍ୟର ନବୀନ ଦିଗମାନଙ୍କରେ ଗବେଷଣାମନସ୍କ କରେଇ ଓଡ଼ିଆ ସମାଲୋଚନା ସାହିତ୍ୟର ସାମାନ୍ୟତମ ଉନ୍ନତି ସାଧନରେ ସଫଳତା ଲାଭ କରିପାରିଲେ ବାଗୀଶ ଧନ୍ୟ ହେବ । ଏ କ୍ଷେତ୍ରରେ ସେ କେତେ ସଫଳ ହେବ ସେ ତ ସମୟ କହିବ। ଏବେ ତ ତା’ର ଡେଣା ମେଳେଇ ଉଡ଼ିବାର ବେଳ । ଖୋଲା ଆକାଶ ଛାତିରେ ତାକୁ ଉଡ଼ିବାକୁ ଦିଆଯାଉ ।

ମୋର ବିଶ୍ଵାସ ସେ ନିଶ୍ଚୟ ପାରିବ ।

ପ୍ରଫେସର‌ ବାବାଜୀ ଚରଣ ପଟ୍ଟନାୟକ


ବାଗୀଶ ଯେଉଁ ମାଟିରୁ ଚେରେଉଛି ତାହା ଐତିହ୍ୟ ଓ ପାଣ୍ଡିତ୍ୟର ସାଂସ୍କୃତିକ ଭୂମି। ଏହା ବଞ୍ଚୁ, ଦୀର୍ଘଜୀବି ହେଉ, ସମାଲୋଚନା ସାହିତ୍ୟ ପ୍ରକାଶନର ବ୍ରତରୁ ବିଚ୍ୟୁତ ନହେଉ- ଏତିକି ମାତ୍ର ଶୁଭାଶିଷ।

ପତ୍ରିକାଟିର ଦୀର୍ଘାୟୁ କାମନା କରୁଛି।

Rating: 5 out of 5.

ପ୍ରଫେସର ଗିରୀଶ ଚନ୍ଦ୍ର ମିଶ୍ର


ବାଗୀଶ ଓଡ଼ିଆ ଭାଷା ସାହିତ୍ୟର ଗବେଷଣା ନିମନ୍ତେ ନିଜକୁ ଉତ୍ସର୍ଗ କଲେ ନିଶ୍ଚୟ ଦୀର୍ଘଜୀବୀ ହେବ। ମୋର ବିଶ୍ଵାସ ଏହା ଗବେଷଣା ଆଗ୍ରହୀ ଛାତ୍ରଛାତ୍ରୀଙ୍କ ପଥପ୍ରଦର୍ଶକ ହେବ।

ପତ୍ରିକା ତା’ ଲକ୍ଷ୍ୟରେ ସଫଳ ହେଉ ।

Rating: 5 out of 5.

ପ୍ରଫେସର କୃଷ୍ଣଚନ୍ଦ୍ର ପ୍ରଧାନ


ମୋର ବିଶ୍ୱାସ ଓଡ଼ିଶାରେ ଯେତେବେଳେ ପତ୍ରିକାଗୁଡ଼ିକ ଧୀରେ ଧୀରେ ଲୁପ୍ତପ୍ରାୟ ହୋଇଚାଲିଛି ସେତେବେଳେ ବାଗୀଶ ପତ୍ରିକାର ଆବିର୍ଭାବ ନିଶ୍ଚୟ ସମ୍ଭାବନାର ସ୍ୱର ଉଚ୍ଚାରଣ କରିବ।

ପତ୍ରିକାର ଉତ୍ତରୋତ୍ତର କାମନା କରୁଛି।

Rating: 5 out of 5.