ଓଡ଼ିଆ ଅଧ୍ୟାପିକା, ଶାନ୍ତିଲତା ମହାବିଦ୍ୟାଳୟ, ଉଇଟିକିରି, ବାଲେଶ୍ୱର

Article ID: BM2024/05-A003

Article Received : 15.08.2024 | Accepted : 25.10.2024 | Published : 25.11.2024


ପ୍ରକାଶନ ବିବରଣୀ

ଦ୍ୱିତୀୟ ବର୍ଷ, ପଞ୍ଚମ ସଂଖ୍ୟା | ସେପ୍ଟେମ୍ବର – ଅକ୍ଟୋବର ୨୦୨୪
Volume No. 02 | Issue No. 05 | Sep – Oct 2024


ସାହିତ୍ୟର ବିଭିନ୍ନ ବିଭାବ ମଧ୍ୟରେ ନାଟକ ସ୍ୱତନ୍ତ୍ର। ନାଟକର ମୂଲ୍ୟାୟନ ହୁଏ ମଞ୍ଚରେ। ଲୋକ ରୁଚି ଓ ସମୟର ପରିବର୍ତ୍ତନ ନାଟକର ଗଢଣ ଓ ମଞ୍ଚାୟନରେ ଅନେକ ନୂତନ କଳା ଓ କୌଶଳକୁ ଜନ୍ମ ଦେଇଛି। ସେସବୁ ମଧ୍ୟରେ ରୂପାନ୍ତର ଶୈଳୀ ଅନ୍ୟତମ। ଏହି ପ୍ରବନ୍ଧରେ ପ୍ରଥମେ ରୂପାନ୍ତର ଶୈଳୀ ସଂପର୍କରେ ଉଲ୍ଲେଖ କରିଛି। ପରେ ୧୯୭୦ ମସିହାରୁ ୨୦୨୦ ମସିହା ପର୍ଯ୍ୟନ୍ତ ଦର୍ଶକୀୟ ରୁଚି ଓ ମୂଲ୍ୟବୋଧକୁ ଆଧାର କରି ଯେଉଁ ନାଟକ ସବୁ ରଚନା ହୋଇଛି ସେଥିରେ କିପରି ରୂପାନ୍ତର ଶୈଳୀ ପ୍ରୟୋଗ କରାଯାଇଛି ତାହା ସୂଚନା ଦେବା ସହ ଏହି ଶୈଳୀକୁ ଗ୍ରହଣ କରିବାର ଯେଉଁ କାରଣ ଓ ଆଭିମୁଖ୍ୟ ରହିଛି ତାହା ପ୍ରକାଶ କରିଛି। ନାଟକରେ କିପରି ସ୍ଥାନ-କାଳ-ପାତ୍ର ଓ ଚେତନାଗତ ରୂପାନ୍ତର ଘଟୁଛି ତାହା କିପରି ସହଜରେ ବୁଝି ହେବ ସେଥିପାଇଁ ମୁଁ ଦୁଇଟି ନାଟକର ଉଦାହରଣ ନେଇ ତାହା ପ୍ରମାଣ କରିଛି। ତେବେ ଏହି ଉତ୍ତର ସଂରଚନାବାଦୀ କାଳଖଣ୍ଡରେ ସୃଷ୍ଟି ହୋଇଥିବା ରୂପାନ୍ତର ଶୈଳୀ ବା ପ୍ରକ୍ରିୟାକୁ ଭିତ୍ତିକରି ୧୯୭୦ ପରବର୍ତ୍ତୀ ଓଡ଼ିଆ ନାଟକର ବିଶ୍ଳେଷଣ କରିବା ମୋ ପ୍ରବନ୍ଧର ମୁଖ୍ୟ ଲକ୍ଷ୍ୟ।

ଓଡ଼ିଆ ନାଟକ, ରୂପାନ୍ତର ଶୈଳୀ, ମୁକ୍ତଧାରାର ନାଟକ, ଓପନ ଥିଏଟର, କାର୍ଯ୍ୟକାରଣଗତ ଉଲ୍ଲଂଘନ

୧. ପାଣିଗ୍ରାହୀ, ରମେଶ ପ୍ରସାଦ। ମୁକ୍ତଧାରାର ନାଟକ। ଓଡ଼ିଆ ନାଟକର ଭାବକଳ୍ପ ଓ ରୂପବିନ୍ୟାସ। ଫ୍ରେଣ୍ଡସ୍ ପବ୍ଳିଶର୍ସ, ବିନୋଦ ବିହାର କଟକ। ୨୦୧୬, ପୃଷ୍ଠା-୩୨୫।
୨. ତତ୍ରୈବ, ପୃଷ୍ଠା-୩୨୬।
୩. ଶତପଥୀ, ନିତ୍ୟାନନ୍ଦ। ସାଂପ୍ରତିକ ଓଡ଼ିଆ ନାଟକ ଓ ନବନାଟ୍ୟ ଆନନ୍ଦୋଳନ। ନବରବି, ପତ୍ରିକା,ପଞ୍ଚମ ବର୍ଷ,ସପ୍ତମ ସଂଖ୍ୟା, ଜାନୁୟାରୀ। ୧୯୭୫,ପୃଷ୍ଠା-୧୫୦।
୪. ଦାସ, ହେମନ୍ତ କୁମାର। ଓଡ଼ିଆ ନାଟକର ଐତିହାସିକ ବିବର୍ତ୍ତନ(୨ୟ ଭାଗ)। ଏସ୍‌ବି ପବ୍ଲିକେଶନ, ବିନୋଦ ବିହାରୀ, କଟକ। ୨୦୦୬, ପୃଷ୍ଠା-୪୨୩।
୫. ସାହୁ, ନାରାୟଣ। ସ୍ୱାଧୀତ୍ତୋର ଓଡ଼ିଅ ନାଟକ ଓ ଅନ୍ୟ ପ୍ରସଙ୍ଗ। ସତ୍ୟନାରାୟଣ ବୁକ୍ ଷ୍ଟୋର,ବିନୋଦ ବିହାରୀ, କଟକ। ୨୦୧୭, ପୃଷ୍ଠା-୧୮୮ ।
୬. ପ୍ରଧାନ, କୃଷ୍ଣଚନ୍ଦ୍ର। ଆଲୋଚନା ଓ ସିଦ୍ଧାନ୍ତ। ଚିନ୍ମୟ ପ୍ରକାଶନ, ବିନୋଦ ବିହାରୀ, କଟକ। ୨୦୧୫, ପୃଷ୍ଠା – ୧୩୬।
୭. ମିଶ୍ର, ମିନତି। ରତି ମିଶ୍ରଙ୍କ ରଚନା ସମଗ୍ର (ପ୍ରଥମ ଭାଗ),ସୀତା ନାଟକ। ଆର୍ଯ୍ୟ ପ୍ରକାଶନ, ବାଦମବାଡ଼ି, କଟକ। ୨୦୧୨, ପୃଷ୍ଠା – ୫୧।
୮. ତତ୍ରୈବ।
୯. ତ୍ରିପାଠୀ, ଶଙ୍କର। ଗାନ୍ଧୀ ଭୂମିକାରେ। ଆର୍ଯ୍ୟ ପ୍ରକାଶନ, ବାଦମବାଡ଼ି, କଟକ। ୧୯୯୮, ପୃଷ୍ଠା-୬୪।

This work is licensed under a Creative Commons Attribution 4.0 International License.