ଆଭାସଗଳ୍ପର ଶିଳ୍ପକଳା ଓ ଓଡ଼ିଆ ଗଳ୍ପ ସାହିତ୍ୟରେ ତା’ର ପଦଧ୍ୱନୀ
ଆଲୋକ ରଞ୍ଜନ ଷଡ଼ଙ୍ଗୀ୧, ଡ. ସନ୍ତୋଷ ତ୍ରିପାଠୀ୨
ଓଡ଼ିଆ ଅଧ୍ୟାପକ, ବାଜି ରାଉତ ସ୍ମୃତି ମହାବିଦ୍ୟାଳୟ, ଭୁବନ, ଢେଙ୍କାନାଳ୧
ଅବସରପ୍ରାପ୍ତ ପ୍ରଫେସର, ଓଡ଼ିଆ ବିଭାଗ, ଉତ୍କଳ ବିଶ୍ୱବିଦ୍ୟାଳୟ, ବାଣୀବିହାର, ଭୁବନେଶ୍ୱର୨
Article ID: BM2024/4-A004
Article Received : 30.07.2024 | Accepted : 25.08.2024 | Published : 25.09.2024
ପ୍ରକାଶନ ବିବରଣୀ
ଦ୍ୱିତୀୟ ବର୍ଷ, ଚତୁର୍ଥ ସଂଖ୍ୟା | ଜୁଲାଇ – ଅଗଷ୍ଟ ୨୦୨୪
Vol. No. 02 | Issue No. 04 | July – August 2024
ସାରାଂଶ
ଆଭାସଗଳ୍ପ ହେଉଛି ଯେ କୌଣସି କ୍ଷଣିକ ଅନୁଭୂତି, ଆବେଗର ଗାଢ଼ତାପନ୍ନ ବା ଘନବଦ୍ଧ ପରିପ୍ରକାଶ। ଶୈଳୀ ଏହାର ଅତ୍ୟନ୍ତ ବ୍ୟଞ୍ଜନାତ୍ମକ। ଏହା ମନନଶୀଳ ସର୍ଜନ ବ୍ୟାପାର। କୌଣସି ଏକ ଘଟଣାକୁ ସିଧାସଳଖ ବନେଇ ଚୁନେଇ ନଲେଖି ଅସଲ କଥାର କେନ୍ଦ୍ରକୁ ଛୁଇଁବା ହେଉଛି ଆଭାସଗଳ୍ପର ଧର୍ମ। ବ୍ରହ୍ମାନନ୍ଦ ପଣ୍ତାଙ୍କଠୁ ଆରମ୍ଭ ହୋଇଥିବା ଆଭାସଗଳ୍ପ ଏକ ସ୍ୱତନ୍ତ୍ର ଶୈଳୀ ସୁତ୍ର ଭାବରେ ଷାଠିଏ ପରବର୍ତ୍ତୀ କାଳର ଗଳ୍ପଧାରାରେ ସମୃଦ୍ଧ ଲାଭ କରିଛି । ଉତ୍ତରଷାଠିଏ କାଳରେ ଗାଳ୍ପିକମାନେ ନିହାତି ଗୋଟେ ଅନୁଭବ ମଣ୍ତଳରେ ପାଠକକୁ କିଛି ସମୟ ବାନ୍ଧି ରଖିବା ପାଇଁ ବିଭିନ୍ନ ପରୀକ୍ଷା ନିରୀକ୍ଷା ଚଲାଇଥିଲେ। ପୁରୁଣା କାହଣୀର ଗଳ୍ପ ପ୍ରସ୍ଥକୁ ଛୋଟଛୋଟ ବିମ୍ବରେ ଦେଖିବାର ମାନସିକତାରୁ ଆଭାସଗଳ୍ପର ସୃଷ୍ଟି ହେଲା । ବ୍ରହ୍ମାନନ୍ଦ ପଣ୍ତା, ରବି ପଟ୍ଟନାୟକ, ଶାନ୍ତନୁ ଆଚାର୍ଯ୍ୟ, ନିମାଇଁ ଚରଣ ପଟ୍ଟନାୟକ, ପ୍ରଫୁଲ୍ଲ ତ୍ରିପାଠୀ, ରତ୍ନକାର ଚଇନି, ସଦାଶିବ ଦାସ, ପ୍ରସନ୍ନ ପାଟ୍ଟଶାଣୀ, ରବିସ୍ୱାଇଁ, ସତ୍ୟମିଶ୍ର,କହ୍ନେଇଲାଲ ଦାସ, ଅଶୋକ ଚନ୍ଦନ, ଅଧ୍ୟାପକ ବିଶ୍ୱରଞ୍ଜନ, ଗିରିଦଣ୍ତ ସେନା, ରଣଦୀର ଦାସ, ପୂର୍ଣ୍ଣାନନ୍ଦ ଦାନୀ, ଜଗଦୀଶ ମହାନ୍ତି ଇତ୍ୟାଦି ଗାଳ୍ପିକ ଓଡ଼ିଆ ଆଭାସଗଳ୍ପ ପରମ୍ପରାରେ ଲିଖନୀ ଚାଲନା କରି ସମୃଦ୍ଧ କରିପାରିଛନ୍ତି । ଏହି ଆଲୋଚନାରେ ଆଭାସଗଳ୍ପର ସଂଜ୍ଞା,ସ୍ବରୂପ ସହିତ ଓଡ଼ିଆ ଗଳ୍ପରେ ତାର ପ୍ରୟୋଗ ସମ୍ପର୍କରେ ଆଲୋଚନା କରାଯାଇଛି ।
ମୂଳଶବ୍ଦ :
ଆଭାସଗଳ୍ପ, ଓଡ଼ିଆ ଗଳ୍ପ ସାହିତ୍ୟ, ଶିଳ୍ପକଳା, ପରୀକ୍ଷା ନିରୀକ୍ଷା, ପଦଧ୍ୱନୀ, ଉତ୍ତରଷାଠିଏ
ସହାୟକ ଗ୍ରନ୍ଥସୂଚୀ :
୧. ସାହୁ, ଆଦିକନ୍ଦ, ଓଡ଼ିଶା ଗଳ୍ପ ଉପନ୍ୟାସର ନବଦିଗନ୍ତ, ଗ୍ରନ୍ଥମନ୍ଦିର, ବିନୋଦବିହାରୀ କଟକ-୨, ପୃଷ୍ଠା-୩୩
୨. ସାମଲ, ଡ଼. ବୈଷ୍ଣବଚରଣ – ଓଡ଼ିଆ କ୍ଷୁଦ୍ରଗଳ୍ପର ଗତି ଓ ପ୍ରକୃତି, ସାଥି ମହଲ, ବିନୋଦବିହାରୀ କଟକ-୨, ପୃଷ୍ଠା-୫୭
୩. ପାଠୀ, ଦୀନନାଥ – ଚିତ୍ରମାନସ, ଦିବ୍ୟ ମୁଦ୍ରଣୀ, ଭୁବନେଶ୍ୱର, ପୃଷ୍ଠା-୩୬
୪. ପଟ୍ଟନାୟକ,ବିଭୁତି (ସଂ), ମୁହାମୁହିଁ କଥାବାର୍ତ୍ତ, ପୃଷ୍ଠା-୮୯
୫. ସାମଲ, ଡ଼ ବୈଷ୍ଣବ ଚରଣ, ଓଡ଼ିଆ ଗଳ୍ପ : ଉନ୍ମେଷ ଓ ଉତ୍ତରଣ, ଫ୍ରେଣ୍ତସ୍ ପବ୍ଲିଶର୍ସ, ବିନୋଦବିହାରୀ କଟକ-୨, ପୃଷ୍ଠା-୭୩
୬. ମିଶ୍ର, ଦୀନବନ୍ଧୁ-ସାହିତ୍ୟର ସ୍ୱରୂପ ସର୍ବେକ୍ଷଣ, ଗ୍ରନ୍ଥମନ୍ଦିର, ବିନୋଦବିହାରୀ, କଟକ-୨, ପୃଷ୍ଠା-୧୫୦
୭. ପରିଡ଼ା, ପ୍ରକାଶ କୁମାର – ନବଚେତନାର ଗଳ୍ପ, ବୁକ୍ସ୍ ଏଣ୍ତ୍ ବୁକ୍ସ୍, ପୃଷ୍ଠା-୧୪୪
୮. ତ୍ରିପାଠୀ, ସନ୍ତୋଷ – ଆଧୁନିକ ଓଡ଼ିଆ ସାହିତ୍ୟର ଇତିହାସ, ଫ୍ରେଣ୍ତସ୍ ପବ୍ଲିଶର୍ସ, ବିନୋଦବିହାରୀ, କଟକ, ପୃଷ୍ଠା-୨୨୯
୯. ସ୍ୱାଇଁ ,ଦିଲୀପ କୁମାର -ସାହିତ୍ୟ ସ୍ରୋତ ନୂତନ ପ୍ରସ୍ଥ,ସାଇ ଯମୁନା ପବ୍ଲିକେଶନ୍ସ, ଝାଞ୍ଜିରୀ ମଙ୍ଗଳା-କଟକ, ପୃଷ୍ଠା-୧୯୯
୧୦. ବାରିକ, ସୌରେନ୍ଦ୍ରୀ – ବାମନର ପାଦ, ଅଗ୍ରଦୂତ, ବାଙ୍କାବଜାର କଟକ-୨, ପୃଷ୍ଠା-୭୪
୧୧. ପଟ୍ଟନାୟକ,ବିଭୁତି(ସଂ), ମୁହାମୁହିଁ କଥାବାର୍ତ୍ତ, ପୃଷ୍ଠା୮୯
୧୨. ବାରିକ, ସୌରେନ୍ଦ୍ରୀ – ବାମନର ପାଦ, ଅଗ୍ରଦୂତ, ବାଙ୍କାବଜାର, କଟକ-୨, ପୃଷ୍ଠା-୬୮
୧୩. ସାମଲ, ବୈଷ୍ଣବ ଚରଣ, ଓଡ଼ିଆ ଗଳ୍ପ : ଉନ୍ମେଷ ଓ ଉତ୍ତରଣ, ଫ୍ରେଣ୍ତସ୍ ପବ୍ଲିଶର୍ସ, ବିନୋଦବିହାରୀ କଟକ-୨, ପୃଷ୍ଠା-୭୮
୧୪. ଆଚାର୍ଯ୍ୟ, ବୃନ୍ଦାବନ – ଓଡ଼ିଆ ସାହିତ୍ୟର ସଂକ୍ଷିପ୍ତ ପରିଚୟ, ଗ୍ରନ୍ଥମନ୍ଦିର, ବିନୋଦବିହାରୀ କଟକ-୨, ପୃଷ୍ଠା୨୩୯
୧୫. ପଟ୍ଟନାୟକ, ବିଭୁତି, ମୁହାମୁହିଁ କଥାବାର୍ତ୍ତା(ସଂ),ପୃଷ୍ଠା-୮୯
୧୬. ସାମଲ, ବୈଷ୍ଣବ ଚରଣ, ରବି ପଟ୍ଟନାୟକଙ୍କ କ୍ଷୁଦ୍ରଗଳ୍ପ: ଏକ ମନ୍ମୟ ଦୃଷ୍ଟିପାତ, ରବି ପଟ୍ଟନାୟକ ଗଳ୍ପ ମାନସ-୨୫
୧୭. ରବି ପଟ୍ଟନାୟକ ଗଳ୍ପ ସମଗ୍ର, ପଶ୍ଚିମା ପବ୍ଲିକେସନ୍, ନୟାପଲ୍ଲୀ ଭୁବନେଶ୍ୱର, ପୃଷ୍ଠା-୨୧
୧୮. ମିଶ୍ର, ସତ୍ୟ – ବହୁବଚନ, ପଶ୍ଚିମା ପବ୍ଲିକେସନ୍, ନୟାପଲ୍ଲୀ ଭୁବନେଶ୍ୱର, ପୃଷ୍ଠା-୧୦୪
୧୯. ଶତପଥି, ଡ଼.ନିତ୍ୟାନନ୍ଦ – ଗଳ୍ପ ଓ ଗାଳ୍ପିକ, ଓଡ଼ିଶା ବୁକ୍ ଷ୍ଟୋର୍, ବିନୋଦ ବିହାରୀ କଟକ, ପୃଷ୍ଠା-୧୦
Copyright (c) 2024 ଆଲୋକ ରଞ୍ଜନ ଷଡ଼ଙ୍ଗୀ୧, ଡ଼. ସନ୍ତୋଷ ତ୍ରିପାଠୀ୨

This work is licensed under a Creative Commons Attribution 4.0 International License.
