ଦିପୁନ ପୁହାଣ

ଗବେଷକ, ଓଡ଼ିଆ ବିଭାଗ, ବିଶ୍ୱଭାରତୀ ବିଶ୍ୱବିଦ୍ୟାଳୟ,

ଶାନ୍ତିନିକେତନ

Article ID: BM2024/4-A003

Article Received : 31.07.2024 | Accepted : 25.08.2023 | Published : 25.09.2024


ପ୍ରକାଶନ ବିବରଣୀ

ଦ୍ୱିତୀୟ ବର୍ଷ, ଚତୁର୍ଥ ସଂଖ୍ୟା | ଜୁଲାଇ – ଅଗଷ୍ଟ ୨୦୨୪
Vol. No. 02 | Issue No. 04 | July – August 2024


ସାରାଂଶ

ସମକାମିତା ପ୍ରସଙ୍ଗ ଓଡ଼ିଆ ଉପନ୍ୟାସ ସାହିତ୍ୟରେ ନୂଆ ନୁହେଁ। ସ୍ୱାଧୀନତା ପ୍ରାପ୍ତିର ଯଥେଷ୍ଟ ପୂର୍ବରୁ ୧୯୩୭ ମସିହାରୁ ସମକାମିତାକୁ ଆଧାର କରି ଓଡ଼ିଆ ଉପନ୍ୟାସ ସୃଷ୍ଟି କରିବାର ପ୍ରାୟାସ କରାଯାଇଛି। ମାତ୍ର ପରିବାରର ପରିଧିରୁ ଦେଶର ନ୍ୟାୟିକ ସୁରକ୍ଷା ପର୍ଯ୍ୟନ୍ତ, ଧାର୍ମିକ ଦୃଷ୍ଟିଭଙ୍ଗୀରୁ ସାମାଜିକ ବିଧି ବ୍ୟବସ୍ଥା ପର୍ଯ୍ୟନ୍ତ ସବୁଠି, ସବୁ କ୍ଷେତ୍ରରେ ଏହିଭଳି ଏକ ପରଂପରାହୀନ ପ୍ରେମ ସମ୍ପର୍କକୁ ସ୍ୱୀକାର କରିବାର ଦ୍ୱନ୍ଦ୍ୱ ଯେଉଁଠି ଆଜିବି ବଳବତ୍ତର, ସେଇଠି ଆମ ସାହିତ୍ୟ ସମାଲୋଚକମାନେ ବିମୁଖତା ପ୍ରଦର୍ଶନ କରିବା ସ୍ୱାଭାବିକ। ତେଣୁ ଏହି ସମ୍ବେଦନଶୀଳ ପ୍ରସଙ୍ଗଟି ଆଜିବି ଓଡ଼ିଆ ସାହିତ୍ୟରେ ଅନାଲୋଚିତ ପ୍ରାୟ। ଯଦିଓ ଅଧୁନା ଭାରତରେ ସମଲୈଙ୍ଗିକତାକୁ ସାମ୍ୱିଧାନିକ ସ୍ୱୀକୃତି ମିଳିଛି। ଇଂରେଜ ଅମଳରୁ ଚଳିଆସୁଥିବା ଔପନିବେଶୀୟ ନ୍ୟାୟ ବ୍ୟବସ୍ଥାରେ ସୁଧାର ଆଣିଛି। ଧାରା ୩୭୭ର ଉଚ୍ଛେଦ ଘଟିଛି। ତଥାପି ଭାରତୀୟ ସମାଜ ବ୍ୟବସ୍ଥା ଓ ଜନଗଣର ମାନସିକତାରେ ସମକାମିତା କେତେ ଗ୍ରହଣୀୟ ହୋଇପାରିଛି ଏହା ଚିନ୍ତାର ବିଷୟ। ତେଣୁ ଏହି ଅନାଲୋଚିତ ପ୍ରାୟ ଓଡ଼ିଆ ଉପନ୍ୟାସରେ ସମକାମୀ ପ୍ରେମ ପ୍ରସଙ୍ଗର ଇତିହାସ ଓ ସାମାଜିକ ଅଧିକାରର ସଂଗ୍ରାମ ଯେତିକି ମାର୍ମିକ, ଯେତିକି ବିଡମ୍ୱିତ, ଯେତିକି ଉପହାସିତ, ସେତିକି ସମ୍ୱେଦନଶୀଳ ଓ ସେତିକି ଚେତନା ସଂଘାତି ମଧ୍ୟ । ସମକାମିତା ଆମକୁ ଭାବିବାକୁ ବାଧ୍ୟ କରେ ଯେ- ସତରେ କେତେ ପ୍ରଗତିଶୀଳ ଆମେ? କେତେ ମୁକ୍ତ ଆମର ଚିନ୍ତନ? ମଣିଷର ବୈଚିତ୍ର୍ୟକୁ ବୁଝିବାରେ ଓ ହୃଦୟର ଆକର୍ଷଣକୁ ସ୍ୱୀକାର କରିନେବାରେ କେତେ ସମର୍ଥ ଆମର ମାନସିକତା? ଏହିପରି ବିବିଧ ପ୍ରଶ୍ନମୟତାର ସାମ୍ନାରେ ସମକାମୀ ପ୍ରସଙ୍ଗ ଆଧାରିତ ଉପନ୍ୟାସ ସବୁର ଗ୍ରନ୍ଥି ଉନ୍ମୋଚନ କରିଦେବା ହିଁ ଏହି ପ୍ରବନ୍ଧର ହେତୁ।

ମୂଳଶବ୍ଦ :

ସମକାମିତା, ଉପନ୍ୟାସ ସାହିତ୍ୟ, ସମଲୈଙ୍ଗିକତା, ସମକାମୀ ପ୍ରେମ ପ୍ରସଙ୍ଗ, ଓଡ଼ିଆ ଉପନ୍ୟାସ

ସହାୟକ ଗ୍ରନ୍ଥସୂଚୀ :

୧) ଚାନ୍ଦ ଗୋବିନ୍ଦ ଚନ୍ଦ୍ର, ଚନ୍ଦ୍ରମଣି ଦାସ, ସାହିତ୍ୟ ଅକାଦେମି, ନୂଆ ଦିଲ୍ଲୀ, ପ୍ରଥମ ପ୍ରକାଶ ) ୨୦୨୧।
୨) ଦିନନାଥ ପାଠୀ ) ରୂପ ରଙ୍ଗ ଅନଙ୍ଗ, ଏଥେନା ବୁକ୍ସ, ଭୁବନେଶ୍ୱର, ପ୍ରଥମ ପ୍ରକାଶ )୨୦୧୦।
୩) ପଣ୍ଡା ଶୁଭ୍ରାଂଶୁ, ଇତର, ପେନ୍ ଇନ୍ ବୁକ୍ସ, ଭୁବନେଶ୍ୱର, ପ୍ରଥମ ପ୍ରକାଶ ) ୨୦୨୧।
୪) ମହାପାତ୍ର ଯତୀନ୍ଦ୍ର କୁମାର) ଅଭିନୟ ନୁହେଁ, ଜେ ମହାପାତ୍ର ଏଣ୍ଡ କୋ, ଗ୍ରନ୍ଥ ସାଥୀ ଅଫିସ୍, କଟକ, ପ୍ରଥମ ପ୍ରକାଶ ) ୧୯୭୨।
୫) ରାଉତ ତାପସ, ବିଦାୟ ବେଳାର ସୂର୍ଯ୍ୟ, ପେନ୍ ଇନ୍ ବୁକ୍ସ, ଭୁବନେଶ୍ୱର, ପ୍ରଥମ ପ୍ରକାଶ ) ୨୦୨୨।
୬) ସାହୁ ସରୋଜିନୀ, ଅସାମାଜିକ, ପ୍ରାଚୀ ସାହିତ୍ୟ ପ୍ରତିଷ୍ଠାନ, କଟକ, ପ୍ରଥମ ପ୍ରକାଶ ) ୨୦୧୧।
୭) ସାହୁ ସହଦେବ, ଅଦୃଶ୍ୟ ମଣିଷ, ଆଦିତ୍ୟ ଭାରତ, କଟକ, ପ୍ରଥମ ପ୍ରକାଶ )୨୦୨୩।

ପତ୍ରିକା:
୧) ଅକ୍ଷୟ ଉତ୍ସବ ୨୦୧୧।
୨) ଡ଼ଟ୍ ସାହିତ୍ୟ, ଅକ୍ଟୋବର ) ଡିସେମ୍ବର, ୨୦୨୨।
୩) ପ୍ରଗତି, ପ୍ରଥମ ବର୍ଷ, ପ୍ରଥମ ସଂଖ୍ୟା, ଜୁଲାଇ ) ୧୯୩୭।

This work is licensed under a Creative Commons Attribution 4.0 International License.