
VOL. NO. 03 | ISSUE NO. 03 | MAY-JUNE 2025
ତୃତୀୟ ବର୍ଷ, ତୃତୀୟ ସଂଖ୍ୟା | ମଇ – ଜୁନ୍ ୨୦୨୫
PUBLISHED ARTICLES । ପ୍ରକାଶିତ ଗବେଷଣା ନିବନ୍ଧ
[ VOL. NO. 03 | ISSUE NO. 03 | MAY-JUNE 2025 ]
DOI PREFIX: 10.70541
ବିଚିତ୍ର ରାମାୟଣ ବନାମ୍ କୃତ୍ତିବାସ ରାମାୟଣ: ଏକ ତୁଳନାତ୍ମକ ବିଚାର
ଲେଖକ: ହିତେଶ ବେହେରା
Article No. BM2025/03-A001
DOI: 10.70541/BAGEESHA/2025030301
PAGE:09-15
READ ABSTRACT
ଭାରତ ତଥା ସମଗ୍ର ଏସିଆ ଭୂଖଣ୍ଡରେ ରାମାୟଣ ମହାକାବ୍ୟ ଏକ ଶ୍ରେଷ୍ଠତମ କାଳଜୟୀ ସୃଷ୍ଟି। ଏକ ମହତ୍ତର ମୂଲ୍ୟବୋଧଯୁକ୍ତ କାବ୍ୟ ଭାବରେ ଏହା ସବୁ ସମୟରେ ପ୍ରେରଣା ଓ ଉତ୍ସାହ ପ୍ରଦାନ କରିଆସିଛି। ଏହି ରାମାୟଣ ମହାକାବ୍ୟର ସ୍ରଷ୍ଟା ହେଉଛନ୍ତି ମହାମୁନି ବାଲ୍ମୀକି। ତାଙ୍କରି ଏଇ ମୂଳକାବ୍ୟ ଅନୁସାରୀ ଅଞ୍ଚଳ ଭେଦରେ କବି ଓ ଲେଖକମାନେ ସ୍ଥାନ, କାଳ ଓ ପାତ୍ରକୁ ଆଧାର କରି ରାମାୟଣ ରଚନା କରିଛନ୍ତି। ଏଇ ପରିପ୍ରେକ୍ଷୀରେ ବଙ୍ଗଳା କବି କୃତ୍ତିବାସଙ୍କ ରାମାୟଣ ଏବଂ ଓଡ଼ିଆରେ ରଚିତ ବିଶ୍ୱନାଥ ଖୁଣ୍ଟିଆଙ୍କ ‘ବିଚିତ୍ର ରାମାୟଣ’ର ତୁଳନାତ୍ମକ ବିଚାର କରାଯାଇଛି। ଏଥିରେ ଉଭୟ ରାମାୟଣରେ ଦୁଇ କବିଙ୍କ ମୌଳିକତା ସଂପର୍କରେ ଚର୍ଚ୍ଚା କରାଯିବା ସହ ଦୁଇ ରାମାୟଣ ମଧ୍ୟରେ କ’ଣ କ’ଣ ବୈଷମ୍ୟ ରହିଛି, କିପରି ସାମାଜିକ ପ୍ରଭାବ ପଡିଛି ସେ ସଂପର୍କରେ ଗବେଷଣାତ୍ମକ ଦୃଷ୍ଟିଭଙ୍ଗୀ ଦେଇ ବିଶ୍ଳେଷଣ କରାଯାଇଛି।
ଜାତୀୟ ଜୀବନରେ ଜଗନ୍ନାଥ ଚେତନାର ଅବାଧ ପ୍ରବେଶୀକରଣର ବିଭିନ୍ନ ଦିଗ: ସଦୃଷ୍ଟାନ୍ତ ବିମର୍ଶ
ଲେଖକ: ପ୍ରୀତମ୍ ରାଉତ
Article No. BM2025/03-A002
DOI: 10.70541/BAGEESHA/2025030302
PAGE:16-20
READ ABSTRACT
ଓଡ଼ିଆ ଜାତିର ମଉଡ଼ମଣି କୋଟିକୈବଲ୍ୟନାଥ ଜଗନ୍ନାଥ କେଉଁ ପ୍ରାଗ୍ଐତିହାସିକ ସମୟରୁ ଓଡିଶାର ଜନଜୀବନ ସହିତ ନିରବଚ୍ଛିନ୍ନ ଭାବରେ ସଂପୃକ୍ତ ତାହାର ମୂଳକୁ ଯାଇ ସେ ସବୁକୁ ପରଖିବା ବର୍ତ୍ତମାନ ସମୟପକ୍ଷେ ଏକ ଦୂରୁହ କଥା ହୋଇପଡିଛି। ସମୟର ଅସରନ୍ତି ପ୍ରବାହରେ କେତେ ଯେ ଧର୍ମ ଧାରଣା ସୃଷ୍ଟି ହୋଇ ଜଗନ୍ନାଥରୂପୀ ମହାକାଳରେ ଲୀନ ହୋଇପଡିଛନ୍ତି, ତାହାର କଳନା ନାହିଁ। ଓଡ଼ିଶାର ଜାତୀୟ-ଜୀବନ ଓ ଲୋକ-ଜୀବନରେ ଜଗନ୍ନାଥଙ୍କ ସ୍ଥାନ କେଉଁଠି? ଏହି ଅନୁସନ୍ଧିତ୍ସା ଭାବକୁ ନେଇ ନିମ୍ନୋକ୍ତ ଆଲେଖ୍ୟ ପରିପୁଷ୍ଟଲାଭ କରିଛି। ଆଲୋଚନାର ପ୍ରସଙ୍ଗ ଅନୁଯାୟୀ ସ୍ଥାନେ ସ୍ଥାନେ ବିବିଧ ଗ୍ରନ୍ଥରୁ ଦୃଷ୍ଟାନ୍ତମାନ ସଂଯୋଜିତ କରିବା ପୂର୍ବକ ଅଲୋଚନାକୁ ବଳିଷ୍ଟ କରିବାର ପ୍ରୟାସ ମଧ୍ୟ କରାଯାଇଅଛି।
ଏକବିଂଶ ଶତାବ୍ଦୀର ଓଡ଼ିଆ ଗଳ୍ପରେ ଦାଦନ ଶ୍ରମିକର ସ୍ୱର
ଲେଖକ: ଦମୟନ୍ତୀ ଜେନା
Article No. BM2025/03-A003
DOI: 10.70541/BAGEESHA/2025030303
PAGE:21-25
READ ABSTRACT
ନିଜେ ତଥା ନିଜ ପରିବାର ସହ କର୍ମ ଅନ୍ୱେଷଣରେ ନିଜ ରାଜ୍ୟର ବାହାରକୁ ଯାଉଥିବା ଶ୍ରମିକମାନଙ୍କୁ ଦାଦନ ଶ୍ରମିକ କୁହାଯାଏ। ଠିକାଦାରମାନଙ୍କ ଦ୍ୱାରା ଅନ୍ୟରାଜ୍ୟକୁ ଯାଇ ଅନେକ ମାରାତ୍ମକ କର୍ମରେ ଏମାନେ ନିଜକୁ ସାମିଲ କରିଥାନ୍ତି। ନିଯୁକ୍ତ ହୋଇଥିବା କର୍ମସ୍ଥଳୀରେ ଅନେକ ସମସ୍ୟାର ମଧ୍ୟ ସମ୍ମୁଖୀନ ହୋଇଥାନ୍ତି। ଏତେସବୁ ଅସୁବିଧା ସତ୍ତ୍ୱେ ଦାଦନ ଖଟି ଯାଇଥିବା ଶ୍ରମିକ କାମଅଧାରୁ ଛାଡି ଆସିପାରେ ନାହିଁ। ଓଡ଼ିଶାର ସ୍ଥିତିକୁ ଆକଳନ କଲେ ଜଣାଯାଏ ଯେ, ଆମ ରାଜ୍ୟରେ ୧୯୯୯ ମସିହା ମହାବାତ୍ୟା ପରଠାରୁ ଓଡିଶାରୁ ବହୁଲୋକ କାମଧନ୍ଦା ପାଇଁ ଅନ୍ୟ ରାଜ୍ୟକୁ ଯାଉଛନ୍ତି। ଏହି ଶ୍ରମିକମାନଙ୍କ ସଂଖ୍ୟା ବୃଦ୍ଧି ହେବାରେ ଲାଗିଛି। ତେଣୁ ଦାଦନମାନଙ୍କ ପାଇଁ ନିଜ ରାଜ୍ୟରେ କର୍ମଭିତ୍ତିକ ସୁବିଧା ସୁଯୋଗର ବ୍ୟବସ୍ଥା କରିବା ବିଭିନ୍ନ ମହଲରେ ସରକାରଙ୍କୁ ଦାବି କରାଯାଉଛି। ଏ କ୍ଷେତ୍ରରେ ସାହିତ୍ୟିକ ତଥା ଗାଳ୍ପିକମାନଙ୍କର ଭୂମିକା କିଛି କମ ନୁହେଁ। ଏକବିଂଶ ଶତାବ୍ଦୀର ଗଳ୍ପ ପୁସ୍ତକରେ ଗାଳ୍ପିକମାନେ ନିଜ ନିଜର ଲେଖନୀ ମାଧ୍ୟମରେ ଦାଦନମାନଙ୍କ ସ୍ଥିତି ଓ ସମସ୍ୟାକୁ ତୋଳିଧରି ଉଭୟ ପାଠକ ଓ ସମାଜର ଦୃଷ୍ଟି ଆକର୍ଷଣ କରାଇ ସେଭଳି ଦୁଃସ୍ଥିତିର ସୁଧାର ଆଣିବା ପାଇଁ ଆପ୍ରାଣ ଚେଷ୍ଟା ଚଲାଇଛନ୍ତି।
ଓଡ଼ିଆ ସାହିତ୍ୟରେ ‘ମାହାତ୍ମ୍ୟ’
ଲେଖକ: ଅନୁରାଧା ପାତ୍ର
Article No. BM2025/03-A004
DOI: 10.10463/BAGEESHA.2025030104
PAGE: 26-31
READ ABSTRACT
‘ମାହାତ୍ମ୍ୟ’ ଶବ୍ଦଟି ଆମ ସମାଜରେ ପ୍ରଚଳିତ ଅନ୍ୟାନ୍ୟ ଧର୍ମ ସଂକ୍ରାନ୍ତୀୟ ଶବ୍ଦଗୁଡ଼ିକ ମଧ୍ୟରେ ବହୁ ଆଗରୁ ସ୍ଥାନ ପାଇଛି। ଏକ ନିର୍ଦ୍ଧିଷ୍ଟ ବିଷୟ କୈନ୍ଦ୍ରିକ ଛନ୍ଦୋବଦ୍ଧ ପଦ୍ୟାତ୍ମକ ରଚନା, କ୍ଷୁଦ୍ର କଳେବର ବିଶିଷ୍ଟ ଏବଂ ଅଧ୍ୟାୟ ଯୁକ୍ତ। ପ୍ରଥମ ଅଧ୍ୟାୟ ଆରମ୍ଭରେ ଇଷ୍ଚସ୍ତୁତି ଏବଂ ପ୍ରତ୍ୟେକ ଅଧ୍ୟାୟ ଶେଷରେ ଭଣିତା ରହିଥାଏ। ଉକ୍ତ ଅଧ୍ୟାୟର ଆଲୋଚ୍ୟ ପ୍ରସଙ୍ଗ, ଅନୁକୃତ ମାହାତ୍ମ୍ୟର ମୂଳ ପୁରାଣ ନାମ, ଏବଂ ଅଧ୍ୟାୟ ସଂଖ୍ୟା ଏଥିରେ ସ୍ଥାନିତ। ମାହାତ୍ମ୍ୟର କଳେବର ପୁରାଣପରି କାହାଣୀ ଧର୍ମୀ। ଏହା ପୁରାଣର ପରିଶିଷ୍ଟ, ବସ୍ତୁତଃ ପୁରାଣର ଅଂଶ ବିଶେଷ। କାହାଣୀ ଗୁଡ଼ିକ ନିରାଡ଼ମ୍ବର ବର୍ଣ୍ଣନାଯୁକ୍ତ ଉପଦେଶମୂଳକ କ୍ଷୁଦ୍ର କଥାବସ୍ତୁ, ଯାହା ବୈଚତ୍ର୍ୟମୟ ନହୋଇ ଏକ ନିର୍ଦ୍ଧିଷ୍ଚ ପରିଣାମ ଆଡ଼କୁ ଗତିଶୀଳ। ମାନବ ସମାଜର ଆଧ୍ୟାତ୍ମିକ ଚେତନା ବୃଦ୍ଧିରେ ମାହାତ୍ମ୍ୟ ଗ୍ରନ୍ଥ ଯଥେଷ୍ଟ ସହାୟକ ମଧ୍ୟ। ଛୋଟ ଆକାର ବିଶିଷ୍ଟ ପଦ୍ୟାତ୍ମକ ରଚନା ହୋଇଥିଲେ ମଧ୍ୟ ଓଡ଼ିଆ ସାହିତ୍ୟରେ ଏହାର ଭୂମିକା କ’ଣ ରହିଛି, ତାହା ଉକ୍ତ ପ୍ରବନ୍ଧରେ ବିସ୍ତୃତଭାବେ ଆଲୋଚନା କରାଯାଇଛି।
ଓଡ଼ିଆ ଆତ୍ମଚରିତର ଦିଗ ବିଦିଗ
ଲେଖକ: ଡ. ରବୀନ୍ଦ୍ର କୁମାର ପଣ୍ଡା
Article No. BM2025/03-A005
DOI: 10.70541/BAGEESHA/2025030305
PAGE: 32-38
READ ABSTRACT
ଆତ୍ମଜୀବନୀଗୁଡ଼ିକ ଦୀର୍ଘ ଦେଢ଼ଶହ ବର୍ଷର ଓଡ଼ିଶାର ସାଂସ୍କୃତିକ, ସାମାଜିକ ଧାରାକୁ ଲୋକଲୋଚନକୁ ଆଣିବାରେ ସହାୟ ହୋଇଛି। ବ୍ୟକ୍ତିବିଶେଷକୁ ପ୍ରେରିତ କରିବା ସହିତ ଗୋଟିଏ ଜାତିକୁ ଅତି ନିକଟରୁ ଚିହ୍ନିବା ପାଇଁ ଏହାର ଉପଯୋଗିତା ରହିଚି। ଓଡିଆ ସାହିତ୍ୟରେ ଏଯାବତ୍ ଦେଢ଼ଶହରୁ ଊର୍ଦ୍ଧ୍ୱ ଆତ୍ମଜୀବନୀ ପ୍ରକାଶ ଲାଭ କରିସାରିଛି। ଏ ମଧ୍ୟରୁ ଅନେକ ପ୍ରାଣସ୍ପର୍ଶୀ ନୁହେଁ। ଯେଉଁ ଆତ୍ମଚରିତ ଗୁଡ଼ିକ ଜାତି, ସମାଜ, ଗଠନରେ କୌଣସି ଭୂମିକା ନେଇପାରେ ନାହିଁ; ଯାହା ମନକୁ ଆନ୍ଦୋଳିତ କରିପାରେ ନାହିଁ; ତାହା ଆତ୍ମଚରିତ ପଦବାଚ୍ୟ ହୁଏନାହିଁ। ସେଗୁଡ଼ିକ ବିଶେଷତଃ ଆତ୍ମପ୍ରଚାର,ଆତ୍ମପ୍ରସାର ଓ ଆତ୍ମପ୍ରତିଷ୍ଠା ପାଇଁ ଉଦ୍ଦିଷ୍ଟ ଥିବାପରି ମନେହୁଏ। ଆତ୍ମଜୀବନୀ, ସାହିତ୍ୟର ଏପରି ଏକ ବିଭାଗ ଯାହାର ଅନେକ ଗବେଷଣାତ୍ମକ ଦିଗ ରହିଛି। ଆତ୍ମଜୀବନୀ କେବଳ ଏକ ସାହିତ୍ୟିକ କଳାକର୍ମ ନୁହେଁ, ଏହା ମାଧ୍ୟମ ଦେଇ ଆମେ ଏକ ସମୟ ଖଣ୍ଡର ବିବିଧ ଦିଗ ପାଖରେ ପହଞ୍ଚିପାରିବା। ଉକ୍ତ ଆଲୋଚନାଟି ସେହି ବିବିଧ ଦିଗ ସମ୍ପର୍କିତ।
