
Vol. No. 02 | Issue No. 06 | NOV-DEC 2024
ଦ୍ୱିତୀୟ ବର୍ଷ, ଷଷ୍ଠ ସଂଖ୍ୟା | ନଭେମ୍ବର-ଡିସେମ୍ବର ୨୦୨୪
PUBLISHED ARTICLES । ପ୍ରକାଶିତ ଗବେଷଣା ପ୍ରବନ୍ଧ
[ VOL. NO. 02 | ISSUE NO. 06 | NOV-DEC 2024 ]
ଓଡ଼ିଆ-ଇଂରାଜୀ ସାହିତ୍ୟିକ ଲେଖା ସବୁର ଅନୁବାଦ: ଏକ ପ୍ରାୟୋଗିକ ଭାଷାବିଜ୍ଞାନ ବିଶ୍ଳେଷଣ
ଡ. ପ୍ରତାପ କୁମାର ଦାଶ
Article Received : 09.12.2024 | Accepted : 25.12.2024 | Published : 10.01.2025
ARTICAL ID: BM2024/06-A001 | PAGE 9-18
READ ABSTRACT
ଓଡ଼ିଶାରେ ଓଡ଼ିଆରୁ ଇଂରାଜୀକୁ ଏବଂ ଇଂରାଜୀରୁ ଓଡ଼ିଆକୁ ଅନୁବାଦ କାର୍ଯ୍ୟ ସମାପନ କରିବା ଏକ ନୂଆ କଥା ନୁହେଁ। ବିଶେଷ କରି ଓଡ଼ିଆ ସାହିତ୍ୟ ଏବଂ ଇଂରାଜୀ ସାହିତ୍ୟର ସାରସ୍ୱତ କୃତି ସମୂହକୁ ଓଡ଼ିଶାର ସାହିତ୍ୟ ଅନୁରାଗୀ ବ୍ୟକ୍ତି ବିଶେଷ ଗତ ପଚାଶ ବର୍ଷରୁ ଉର୍ଦ୍ଧ୍ୱ ହେବ ଅନୁବାଦ କରିଆସୁଛନ୍ତି। ଏହା ଉପରେ ଅନେକ ଗବେଷଣା କାର୍ଯ୍ୟ ମଧ୍ୟ ହୋଇଚାଲିଛି। ଏହା ଫଳରେ ଅନୁବାଦ ସହିତ ତୁଳନାତ୍ମକ ସାହିତ୍ୟର ଦିଗ ମଧ୍ୟ ସମ୍ପ୍ରସାରଣ ହେଉଛି। ତେବେ ଏହି ପୃଷ୍ଠଭୂମିରେ ଅନୁବାଦର ଯଥାର୍ଥତା, ପ୍ରାସଙ୍ଗିକତା, ଉପଯୋଗିତା ଏବଂ ପ୍ରାସଙ୍ଗିକତାର ଅବମୂଲ୍ୟାୟନ କରିବା ହଁ ଏହି ଲେଖାଟିର ମୂଳ ଉଦ୍ଦେଶ୍ୟ। ଆମେ ନୀତିଗତ ଭାବେ କିମ୍ବା ଆଗ୍ରହ ଯୋଗୁଁ ଅନୁବାଦ କରୁନା ପ୍ରକୃତରେ ସେହି ନିର୍ଦ୍ଦିଷ୍ଟ ଲେଖାଗୁଡ଼ିକର ଆନ୍ତର୍ଜାତୀୟ ସ୍ତରରେ ପାଠକୀୟ ଚାହିଦା ରହିବା ପାଇଁ ଅନୁବାଦ କରିବା ନିହାତି ଦରକାର। ଯଦି ଆମେ ଇଂରାଜୀରୁ ଓଡ଼ିଆ ଏବଂ ଓଡ଼ିଆରୁ ଇଂରାଜୀକୁ ଅନୁବାଦ କରୁ ତେବେ କେବେବି ଏହି ଅନୁବାଦ ହୋଇଥିବା ପୁସ୍ତକଗୁଡ଼ିକର ପାଠକୀୟ ପ୍ରତିକ୍ରିୟାର ମୂଲ୍ୟାୟନ କରିଛେ କି ? ଅନୁବାଦ କରୁଥିବା ବ୍ୟକ୍ତିମାନଙ୍କର ଭାଷା, ସାହିତ୍ୟ, ସଂସ୍କୃତି ଏବଂ ଅନୁବାଦ କଳାର ଯେଉଁ କୌଶଳ ବା କାର୍ଯ୍ୟଦକ୍ଷତା ଅଛି କି? ଏଥି ସହିତ ଉଭୟ ଭାଷା ଓ ସାହିତ୍ୟର ଅନୁବାଦ ନହୋଇପାରୁଥିବା ଉପାଦାନ, ଭାଷାର ଶୈଳୀଗତ ସ୍ୱାତନ୍ତ୍ର୍ୟ ଏବଂ ସୃଜନଶୀଳତାକୁ ଉଚିତ ଭାବେ ଅନୁବାଦରେ ଧ୍ୟାନ ଦେଇପାରୁଛେ କି?
ଲୋକଗୀତ ପରଂପରାରେ ବାଥୁଡ଼ି ସଂପ୍ରଦାୟର ଗନ୍ଧାଦିଆ ଓ ମାଟିଖୋଳା ଗୀତ
ଡ. ରାଜା କୁମାର ନାଏକ
Article Received : 05.12.2024 | Accepted : 25.12.2024 | Published : 10.01.2025
ARTICAL ID: BM2024/06-A002 | PAGE 19-24
READ ABSTRACT
ଲୋକ ସାହିତ୍ୟର ଏକ ବିଶିଷ୍ଟ ଅଙ୍ଗ ହେଉଛି ଲୋକଗୀତ। ଲୋକଗୀତ ଲୋକମାନଙ୍କଦ୍ୱାରା ସୃଷ୍ଚି ହେଲେ ହେଁ ଗୋଟିଏ ଜାତିର ଏହା ଯଥାର୍ଥ ପ୍ରତିନିଧି। ଏହି ଗୀତମଧ୍ୟରୁ ଗୋଟିଏ ଜାତିର ମାନସିକତା ତଥା ମୌଳିକ ବୈଶିଷ୍ଟ୍ୟର ପରିଚୟ ମିଳେ। ଠିକ୍ ସେହିପରି ବାଥୁଡ଼ି ଜନଜାତି ଏକ ସଂସ୍କୃତି ସଂପନ୍ନ ଜନଜାତି। ଏହି ସଂସ୍କୃତି ସଂପନ୍ନ ବାଥୁଡ଼ି ଜନଜାତି ମୟୂରଭଂଜ, କେନ୍ଦୁଝର ଓ ବାଲେଶ୍ୱର ନୀଳଗିରି ଅଞ୍ଚଳରେ ବସବାସ କରନ୍ତି। ଏହି ସଂପ୍ରଦାୟର ଲୋକମାନେ ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ସମୟ ଖଣ୍ଡରେ ବିଭିନ୍ନ ପ୍ରକାର ରୀତିନୀତିର ଅନୁସରଣ କରିଥାନ୍ତି ଏବଂ ପାରଂପାରିକ ରୀତିରେ ତତ୍ଜନିତ ଭିନ୍ନ ଭିନ୍ନ ଲୋକଗୀତମାନ ଗାନକରିଥାନ୍ତି। ତନ୍ମଧ୍ୟରୁ ଅନ୍ୟତମ ଉଲ୍ଲେଖନୀୟ ଲୋକଗୀତ ହେଉଛି ଗନ୍ଧାଦିଆ ଓ ମାଟିଖୋଳା ଗୀତ। ଏହି ଗନ୍ଧାଦିଆ ଓ ମାଟିଖୋଳା ଗୀତ ବାଥୁଡ଼ି ସଂପ୍ରଦାୟର ବିବାହର ଏକ ଅଂଶବିଶେଷ। ତେଣୁ ଏହା ସ୍ୱତନ୍ତ୍ର। ଏକ୍ଷେତ୍ରରେ ଏକ ଗବେଷଣାତ୍ମକ ଆକଳନ ହେଉଛି ଉକ୍ତ ଗବେଷଣା ପ୍ରବନ୍ଧ।
ତନ୍ତ୍ରଧାରାରେ ସୋନପୁରର ବଳିଯାତ୍ରା
ସନ୍ତୋଷ ଭୋଇ
Article Received : 15.12.2024 | Accepted : 25.12.2024 | Published : 10.01.2025
ARTICAL ID: BM2024/06-A003 | PAGE 25-31
READ ABSTRACT
ଦେଖିବାକୁ ମିଳେ। କେଉଁ ପ୍ରାଚୀନ କାଳରୁ ଏଠାରେ ଶକ୍ତି ପରମ୍ପରା ଅବ୍ୟାହତ ରହିଛି ତାହା କଳନା କରିବା କଷ୍ଟକର ବ୍ୟାପାର। ସୋନପୁରର ଅଷ୍ଟଚଣ୍ଡୀ ହେଉଛନ୍ତି ଏହାର ଉଦାହରଣ। ଏହି ଅଷ୍ଟଚଣ୍ଡୀକୁ ଆଧାର କରି ଆଶ୍ୱିନ ମହାଳୟାରୁ କାର୍ତ୍ତିକ ପ୍ରତିପଦା ପର୍ଯନ୍ତ ସୋନପୁରରେ ବଳିଯାତ୍ରା ଅନୁଷ୍ଠିତ ହୋଇଥାଏ। ଷୋଳଦିନ ବ୍ୟାପୀ ଅନୁଷ୍ଠିତ ହେଉଥିବା ଏହି ଯାତ୍ରାର ଇତିହାସ ବହୁ ପ୍ରାଚୀନ। ଏହା ପ୍ରଥମେ ଆଦିବାସୀ ଗଣ୍ଡ ସମ୍ପ୍ରଦାୟର ଦେବତା ବୁଢାରଜାଙ୍କୁ ନେଇ ଅନୁଷ୍ଠିତ ହେଉଥିଲା। ପରେ ସୋନପୁରର ରାଜବଂଶ ପ୍ରତିଷ୍ଠା ପରେ ଇଷ୍ଟଦେବୀ ସମଲେଇ ଏବଂ ସ୍ତମ୍ଭେଶ୍ୱରୀକୁ ନେଇ ବଳିଯାତ୍ରା ଆରମ୍ଭ ହେଲା। ସମ୍ପ୍ରତି ଏହା ସୋନପୁର ସର୍ବବୃହତ ଗଣପର୍ବ ।
ବରଗଡ଼ ଜିଲ୍ଲାର ସୌଖୀନ ନାଟ୍ୟାନୁଷ୍ଠାନ: ଏକ ଦୃଷ୍ଟିପାତ
ଶୁଭ୍ରାଂଶୁ ବେହେରା
Article Received : 20.02.2024 | Accepted : 25.12.2024 | Published : 10.01.2025
ARTICAL ID: BM2024/06-A004 | PAGE 32-38
READ ABSTRACT
ନାଟକ ସାହିତ୍ୟର ଏକ ସୁକୁମାର ବିଭାଗ। ଏହା ନାଟ୍ୟକାରଙ୍କ ଲେଖନୀରୁ ଜନ୍ମ ନେଇଥାଏ ସତ, ହେଲେ ଅପେକ୍ଷା ରଖେ ରଙ୍ଗମଞ୍ଚକୁ, ନାଟ୍ୟାନୁଷ୍ଠାନକୁ, ଅଭିନୟକୁ। ନାଟକ ପାଇଁ ମଞ୍ଚ ଏକ ପ୍ରଧାନ ଅବଲମ୍ବନ। କୌଣସି ନାଟକ ମଞ୍ଚାୟନ ନ ହେବା ପର୍ଯ୍ୟନ୍ତ ତା’ର ବାସ୍ତବ ମୂଲ୍ୟ; ସଫଳ ଭାବେ ନିରୂପଣ କରାଯାଇ ପାରେନା। ତେଣୁ ନାଟକ ମାତ୍ରେ ହିଁ ଅଭିନୟ ଉପରେ ନିର୍ଭର କରିଥାଏ। ଅଭିନୟ ପାଇଁ ମଞ୍ଚ ଓ ନାଟ୍ୟାନୁଷ୍ଠାନର ଆବଶ୍ୟକତା ଅନୁଭୂତ ହୋଇଥାଏ। ଓଡ଼ିଆ ନାଟକ କ୍ଷେତ୍ରରେ ଓଡ଼ିଶାର ବହୁ ନାଟ୍ୟାନୁଷ୍ଠାନ ଗଢ଼ିଉଠିଛି। ସ୍ୱାଧୀନତା ପରବର୍ତ୍ତୀ ସମୟରେ ବିଶେଷ କରି ବହୁ ସୌଖିନ ନାଟ୍ୟାନୁଷ୍ଠାନ ଗଢ଼ିଉଠିଛି। ଯାହା ଓଡ଼ିଆ ନାଟ୍ୟ ସାହିତ୍ୟ ପାଇଁ ଶୁଭଙ୍କରୀ। ତେବେ ଅବିଭକ୍ତ ସମ୍ବଲପୁର ଜିଲ୍ଲା ବା ବର୍ତ୍ତମାନର ବରଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ପାଖାପାଖି ୨୫-୩୦ଟି ସୌଖିନ ନାଟ୍ୟାନୁଷ୍ଠାନ ରହିଛି। ଏହି ସଂସ୍ଥାମାନଙ୍କ ଦ୍ୱାରା ବହୁ ନାଟକ ମଞ୍ଚସ୍ଥ ହୋଇଅଛି। ଯାହା ଓଡ଼ିଆ ନାଟ୍ୟ ସାହିତ୍ୟ ଜଗତକୁ ସୁଦୃଢ଼ କରିଛି। ଏହି ନାଟ୍ୟାନୁଷ୍ଠାନମାନଙ୍କର ଜନ୍ମଜାତକ, ଏଥିରେ ଅଭିନୀତ ନାଟକ ଏବଂ ଓଡ଼ିଆ ନାଟକକୁ ଏହାର ଅବଦାନକୁ ଏହି ପ୍ରବନ୍ଧରେ ଆଲୋଚନ କରାଯାଇଛି ।
ଦୁର୍ଭିକ୍ଷକୈନ୍ଦ୍ରିକ ଓଡ଼ିଆ ଉପନ୍ୟାସ: ଏକ ଆଲୋଚନା
ସୁଷମା ବେହେରା୧, ଡ. ନିବେଦିତା ମହାନ୍ତି୨
Article Received : 18.12.2024 | Accepted : 25.12.2024 | Published : 10.01.2025
ARTICAL ID: BM2024/06-A005 | PAGE 39-42
READ ABSTRACT
ଓଡ଼ିଶା ଏକ ପ୍ରାକୃତିକ ବିପର୍ଯ୍ୟୟ ପ୍ରବଣ ରାଜ୍ୟ ଅଟେ। ଏଠାରେ ବର୍ଷର ବିଭିନ୍ନ ସମୟରେ ନାନା ପ୍ରକାର ପ୍ରାକୃତିକ ବିପର୍ଯ୍ୟୟ ଦେଖାଦେଇଥାଏ। ରାଜ୍ୟରେ କ୍ରମାଗତ ଭାବରେ ବନ୍ୟା, ବାତ୍ୟା, ମରୁଡି, ଦୁର୍ଭିକ୍ଷ, ଅଂଶୁଘାତ, ଜଳ ସଙ୍କଟ ଭଳି ଋତୁକାଳୀନ ପ୍ରାକୃତିକ ବିପର୍ଯ୍ୟୟଗୁଡ଼ିକ ଦେଖାଯାଇଥାଏ। ପ୍ରକୃତିର ସ୍ୱାଭାବିକ ଗତି କୌଣସି କାରଣରୁ ଖଣ୍ଡିତ ହେଲେ ପୃଥିବୀରେ ସୃଷ୍ଟି ହୁଏ ନାନା ବିପଦ। ଏ ବିପଦ କେବେକେବେ ଏତେ କଠିନ ହୁଏ ଯେ ସାମାଜିକ ଜୀବନର ଗତିଧାରା ବିଶେଷ ପରିବର୍ତ୍ତିତ ହୁଏ। ବାହ୍ୟତଃ ଏହା ଅସମ୍ଭବ ମନେ ହେଉଥିଲେ ହେଁ ନଅଙ୍କ ଦୁର୍ଭିକ୍ଷ ଜନିତ ସାମାଜିକ ବିବର୍ତ୍ତନ ଏକ ଐତିହାସିକ ସତ୍ୟଭାବେ ଏ ମନ୍ତବ୍ୟକୁ ପ୍ରମାଣିତ କରୁଚି। ଓଡ଼ିଆ ଉପନ୍ୟାସରେ ବିଭିନ୍ନ ଘଟଣାର ବର୍ଣ୍ଣନା କିମ୍ବା ପରିସ୍ଥିତି ଓ ପରିବେଶ ପ୍ରସଙ୍ଗରେ ବନ୍ୟା, ବାତ୍ୟା ଓ ଦୁର୍ଭିକ୍ଷପରି ପ୍ରାକୃତିକ ଦୁର୍ଯୋଗର ବର୍ଣ୍ଣନା ରହିଛି। ଏମାନଙ୍କ ମଧ୍ୟରୁ ଦୁର୍ଭିର୍କ୍ଷର ସାମାଜିକ ଜୀବନଚର୍ଯ୍ୟାର ଗତିନିୟନ୍ତା ଭାବେ ଏକ ସ୍ୱତନ୍ତ୍ର ଭୂମିକା ରହିଛି ।
