VOL. NO. 03 | ISSUE NO. 02 | MAR-APR 2025


ତୃତୀୟ ବର୍ଷ, ଦ୍ଵିତୀୟ ସଂଖ୍ୟା | ମାର୍ଚ୍ଚ – ଅପ୍ରେଲ୍ ୨୦୨୫




READ ABSTRACT

ନାରୀକୁ ନେଇ ଆମ ସଂସ୍କୃତି ଓ ଶାସ୍ତ୍ର ସନ୍ଦିଗ୍ଧଚିତ୍। ଦେବୀ-ଦାନବୀର ଚରମକୋଟୀରେ ତା’ର ଅବସ୍ଥାନ। ନାରୀକୁ ମାନବୀ ଦୃଷ୍ଟିରେ ଦେଖିବାର ଶୁଭଦୃଷ୍ଟି ଏବେ ବି ଅଭିଷ୍ଟ ହୋଇ ରହିଛି। ମନୁଷ୍ୟର ଗର୍ଭଧାରିଣୀକୁ ମନୁଷ୍ୟର ମର୍ଯ୍ୟାଦା ମିଳିନାହିଁ। ସଭ୍ୟତା ଓ ସଂସ୍କୃତିର ବିକାଶ ଏହି ସମସ୍ୟାର ଖୋଜିଛି ସମାଧାନ। ଚିନ୍ତନ, ମନନ ଓ ଅଭିବ୍ୟକ୍ତିରେ ସ୍ୱାଧୀନତା ଏବଂ ଜୀବନଯାପନରେ ମାନବିକ ମୁକ୍ତି ଓ ଗୌରବଲାଭ ପାଇଁ ନାରୀର ସଂଗ୍ରାମ ରହିଛି ଅବ୍ୟାହତ। ସେ ପ୍ରୟାସରେ ଭାବଶିଳ୍ପ ସାହିତ୍ୟ ହୋଇଛି ଅଗ୍ରଣୀ। ବିଶ୍ୱସାହିତ୍ୟରେ ଉପନ୍ୟାସ ନେଇଛି ଏହାର ନେତୃତ୍ୱ। ଓଡ଼ିଆ ଉପନ୍ୟାସରେ ନାରୀର ମାନବିକ ଅଧିକାର ସମ୍ପର୍କିତ ବିମର୍ଶର ଅନୁଶୀଳନ ଓଡ଼ିଆ ସମାଲୋଚନାର ଧାରାରେ ଏକ ଆଲୋକିତ ସଂଯୋଜନ।





ପ୍ରଥମ ଓଡ଼ିଆ ଆତ୍ମ-ସଚେତନମୂଳକ ଉପନ୍ୟାସ: ‘ଆହତ ସ୍ୱପ୍ନ’

ଅଶୋକ କୁମାର ନାଏକ
Received : 11 JUL 2024 । Accepted : 25 APR 2025 । Revised : 30 APR 2025 । Published: 10 MAY 2025
Article No. BM2025/02-A003
DOI: 10.70541/BAGEESHA/2025030203
PAGE:22-26

READ ABSTRACT

ଅଷ୍ଟମ ଦଶକରେ ଉପନ୍ୟାସର ବର୍ଣ୍ଣନା ଶୈଳୀରେ ଦେଖାଯାଇଥିବା ପରିବର୍ତ୍ତନ ମଧ୍ୟରେ ଆତ୍ମସଚେତନ ବର୍ଣ୍ଣନା ଶୈଳୀ ଅନନ୍ୟ। ଆତ୍ମ-ସଚେତନ ବର୍ଣ୍ଣନା ଶୈଳୀରେ ପରିବେଷିତ ଉପନ୍ୟାସ ଅଣ-ପାରମ୍ପରିକ ଅନାବଦ୍ଧ ହେଲେ ମଧ୍ୟ ପ୍ରାଥମିକ ଅବସ୍ଥାରେ ନିଜର କୌଶଳ ପ୍ରତି ଦୃଷ୍ଟି ଆକର୍ଷଣ କରାଏ। ସ୍ୱୟଂର ସଂରଚନା ପ୍ରତି ସମୀକ୍ଷାତ୍ମକ ମନ୍ତବ୍ୟ ପ୍ରକାଶ କରି ତା’ର କଳ୍ପନା କଳାକୁ ସଜୀବିତ କରେ। କଳ୍ପନାର କଳାକୁ ବାସ୍ତବତା ସହ ଏକତମ କରିଦିଏ। ଯେଉଁଠି କଳ୍ପନା ଓ ବାସ୍ତବତା ମଧ୍ୟରେ ଥିବା ସୀମାରେଖା ଅସ୍ପଷ୍ଟ ହୋଇଉଠେ। ପାଠକ ମନରେ ଦ୍ୱନ୍ଦ୍ୱକୁ ଧରି ରଖିବାରେ ବା ତା’ର ମାନସିକ ଖେଳ ବା ଚିନ୍ତନ ଶକ୍ତିକୁ ସକ୍ଷମ କରାଇବାରେ ଗୁରୁତ୍ୱପୂର୍ଣ୍ଣ ଉପାଦାନ ସାଜେ। ଏ ଧାରାରେ କହ୍ନେଇଲାଲ ଦାସଙ୍କ ‘ଆହତ ସ୍ୱପ୍ନ’ ପ୍ରଥମ। ଉପନ୍ୟାସରେ ଏ ଶୈଳୀ କିଭଳି ପ୍ରୟୋଗ ହୋଇଛି ତାର ବିଶ୍ଳେଷଣ କରାଯାଇ ଏକ ନୂତନ ଦିଗକୁ ଉନ୍ମୋଚିତ କରିବାର ପ୍ରୟାସ କରାଯାଇଛି।




ସିପୁନ ଭୂତିଆ
Received : 05 FEB 2025 । Accepted : 25 APR 2025 । Revised : 30 APR 2025 । Published: 10 MAY 2025
Article No. BM2025/02-A005
DOI: 10.70541/BAGEESHA/2025030205
PAGE: 35-39

READ ABSTRACT

ଦୋଳ ହେଉଛି ଗୋପାଳ ଜାତିର କୌଳିକ ଉତ୍ସବ। ଏହି ଉତ୍ସବ ଏକାଦଶୀ ଶତାବ୍ଦୀ ପୂର୍ବରୁ ପାଳିତ ହେଇ ଆସୁଛି ବୋଲି ପ୍ରମାଣ ମିଳେ। ଓଡ଼ିଶାରେ ପାଳିତ ହେଉଥିବା ବିଭିନ୍ନ ଉତ୍ସବମାନଙ୍କ ଭିତରୁ ଦୋଳଯାତ୍ରା ସ୍ୱତନ୍ତ୍ର। ଏହା କେବଳ ଓଡ଼ିଶା ନୁହେଁ ଭାରତର ଉତ୍ତର ପ୍ରଦେଶ, ମଧ୍ୟପ୍ରଦେଶ, ହରିଆଣା, ଗୁଜୁରାଟ, ରାଜସ୍ଥାନ, ବିହାର ଆଦି ରାଜ୍ୟରେ ମହାସମାରୋହରେ ପାଳିତ ହୁଏ। ବିଶେଷ ଭାବରେ ରାଧାକୃଷ୍ଣଙ୍କୁ କେନ୍ଦ୍ରକରି ପାଳିତ ହେଉଥିବା ଉତ୍ସବଗୁଡ଼ିକ ଭିତରେ ଦୋଳଯାତ୍ରା ଶ୍ରେଷ୍ଠ। ଦୋଳର ପୂଜାବିଧି, ଲଉଡ଼ି ଖେଳ, ହୋଲିର ମହତ୍ୱ ଏବଂ ସାମ୍ପ୍ରତିକ ସମୟରେ ଦୋଳପର୍ବରେ ଦେଖାଯାଉଥିବା ବିଭିନ୍ନ ସମସ୍ୟାଗୁଡ଼ିକୁ ଦେଖେଇବା ସହ ଏକ ଅବଧାରଣା ସୃଷ୍ଟି କରିବା ଏହି ପ୍ରବନ୍ଧର ଆଭିମୁଖ୍ୟ।