VOL. NO. 03 | ISSUE NO. 01 | JAN-FEB 2025


ତୃତୀୟ ବର୍ଷ, ପ୍ରଥମ ସଂଖ୍ୟା | ଜାନୁୟାରୀ-ଫେବୃୟାରୀ ୨୦୨୫




READ ABSTRACT

ଆଧୁନିକ ଓଡ଼ିଆ କବିତା ବିଭିନ୍ନ ଭାବ ପ୍ରସ୍ଥକୁ ଆତ୍ମସ୍ଥ କରି ଗତିଶୀଳ କବିତାର ଆତ୍ମିକ ଉପାଦାନ ଭାବରେ କେତେବେଳେ ସମୟ ସଚେତନତା, ମୃତ୍ୟୁ ଚେତନା, ବିଭୁଚେତନା, ଆଦି ସ୍ଥାନ ପାଇଥିବା ବେଳେ ଅନ୍ୟତମ ଶକ୍ତିଶାଳୀ ଭାବପକ୍ଷ ଭାବରେ ମୁଁ’ତ୍ୱ ଭାବ ବା ଆତ୍ମକୈନ୍ଦ୍ରିକ (Self-centered) ଭାବ ସ୍ଥାନିତ ହୋଇ କବିତାର ଶ୍ରୀ ବୃଦ୍ଧିରେ ସହାୟକ ହୋଇଛି। ସ୍ୱପ୍ନ, ହତାଶା, ବ୍ୟର୍ଥତା, ନିଃସଙ୍ଗତା, ରୁକ୍ଷ ବାସ୍ତବତା, ଆଧ୍ୟାତ୍ମିକ ଜିଜ୍ଞାସା ଆଦି ଭାବକୁ କବି କାବ୍ୟ ନାୟକର ସହାୟତାରେ ମୁଁ’ତ୍ୱର ପ୍ରତୀକାତ୍ମକ ଆବେଗ ସାହାଯ୍ୟରେ ପ୍ରକାଶ କରିଛି। ଉକ୍ତ ନିବନ୍ଧଟି ସେସବୁର ଏକ ପରିଚୟାତ୍ମକ ଉପସ୍ଥାପନା ମାତ୍ର।



ଲେପ୍ଟନାଣ୍ଟ୍ ଡ. ବିନ୍ଦୁଲତା ଷଣ୍ଢ
Received : 15 DEC 2024 | Accepted : 25 FEB 2025 | Revised: 28 FEB 2025 | Published: 10 MAR 2025
Article No. BM2025/01-A002
DOI: 10.10463/BAGEESHA.2025030102
PAGE: 13-22



ଆଧୁନିକ ଓଡ଼ିଆ କାବ୍ୟ-କବିତାରେ ଇତିହାସ ଓ କିମ୍ବଦନ୍ତୀର ପଦଧ୍ୱନି

ବଶିଷ୍ଟ କୁମାର ବେହେରା
Received : 20 DEC 2024 | Accepted : 25 FEB 2025 | Revised: 28 FEB 2025 | Published: 10 MAR 2025
Article No. BM2025/01-A003
DOI: 10.10463/BAGEESHA.2025030103
PAGE:22-27

READ ABSTRACT

ସାହିତ୍ୟ, ସମୟାନୁସାରି ସାମାଜିକ ଜଳଛବି। ସାହିତ୍ୟର ପଥ ଦେଇ ଆଜି ଆମେ ଆମ ଅତୀତର ଏକ ପ୍ରାରୂପକୁ ଦେଖିବାର ସୁଯୋଗ ଲାଭ କରିପାରୁଛେ। ବାସ୍ତବରେ ସାହିତ୍ୟ କେବଳ ସର୍ଜନାତ୍ମକ କଳାକର୍ମ ନୁହେଁ; ଏହା ଆମ ସାମାଜିକ ଓ ସଂସ୍କୃତିକ ଇତିହାସ ମଧ୍ୟ। ଯାହାକୁ ସାହିତ୍ୟର ମାର୍ଗ ଦେଇ ସ୍ରଷ୍ଟା ଭିନ୍ନ ରୂପରେ ସଂରକ୍ଷଣ ଦିଏ। ଅନୁରୂପ ପ୍ରୟାସ ଆଧୁନିକ ସାହିତ୍ୟର ଏକ ପ୍ରମୁଖ ଦିଗ। ଏଠାରେ ସ୍ପଷ୍ଟ କରିଦିଆ ଯାଇପାରେ ଯେ, ସାହିତ୍ୟରେ ଏହି ଇତିହାସ ବା କିମ୍ବଦନ୍ତୀକୁ ଯଦିଓ ପୂର୍ଣ୍ଣତଃ ଗ୍ରହଣ କରା ନ ଯାଇ ଏହା ସହ ସର୍ଜନା ଯୋଡ଼ି ଦିଆଯାଇଛି। ତଥାପି ଏହାର ଅଧ୍ୟୟନ ଆମ ସାହିତ୍ୟପାଇଁ ଗୌରବର ପରିଚାୟକ।



ସୁସନ୍ଧ୍ୟା ପ୍ରିୟଦର୍ଶନୀ ନାୟକ
Received : 24 DEC 2024 | Accepted : 25 FEB 2025 | Revised: 28 FEB 2025 | Published: 10 MAR 2025
Article No. BM2025/01-A004
DOI: 10.10463/BAGEESHA.2025030104
PAGE: 28-31

READ ABSTRACT

୧୯୩୬ ମସିହାରେ ସ୍ୱତନ୍ତ୍ର ଭାଷାଭିତ୍ତିକ ଓଡ଼ିଶା ପ୍ରଦେଶ ଗଠନ ହେଲା। ମେଦିନୀପୁର, ଷଢ଼େଇକଳା, ସିଂହଭୂମି ଆଦି ଅଞ୍ଚଳରେ ବହୁ ପରିମାଣରେ ଓଡ଼ିଆ ଭାଷାଭାଷୀ ଲୋକ ବସବାସ କରୁଥିଲେ ମଧ୍ୟ ତାହା ଓଡ଼ିଶାଠାରୁ ବିଚ୍ଛିନ୍ନ ହୋଇଥିଲା। ଯାହା ଫଳରେ ଓଡ଼ିଶା ଓ ପଶ୍ଚିମବଙ୍ଗର ସୀମାରେଖା ଅଞ୍ଚଳରେ ବସବାସ କରୁଥିବା ଲୋକମାନଙ୍କଦ୍ୱାରା ଏକ ମିଶ୍ରିତ ସଂସ୍କୃତି ସୃଷ୍ଟି ହୋଇଥିଲା। ଓଡ଼ିଶାର ବାଲେଶ୍ୱର, ମୟୂରଭଞ୍ଜ ଆଦି ଅଞ୍ଚଳ ବହୁ ପରିମାଣରେ ପଶ୍ଚିମବଙ୍ଗର ଲୋକଚଳଣି ଦ୍ୱାରା ପ୍ରଭାବିତ ହୋଇଥିବା ଦେଖିବାକୁ ମିଳେ। କଲିକତାର ମେଦିନୀପୁର, ଦୀଘା, କାନ୍ଥି ଆଦି ବାଲେଶ୍ୱରର ପଡ଼ୋଶୀ ଅଞ୍ଚଳ। ଏଣୁ ବାଲେଶ୍ୱରରେ ଲୋକ ଚଳଣିରେ ବଙ୍ଗୀୟ ପ୍ରଭାବ ଲକ୍ଷ୍ୟ କରାଯାଏ। ଆଲୋଚନାଟି ଏକ୍ଷେତ୍ରରେ ଉପସ୍ଥାପନାଗତ ସାମାନ୍ୟ ପ୍ରୟାସ ମାତ୍ର।



ପ୍ରଦ୍ୟୁମ୍ନ ସାହୁ
Received : 25 DEC 2024 | Accepted : 25 FEB 2025 | Revised: 28 FEB 2025 | Published: 10 MAR 2025
Article No. BM2025/01-A005
DOI: 10.10463/BAGEESHA.2025030105
PAGE: 32-39

READ ABSTRACT

ଲୋକସାହିତ୍ୟର ବିଭିନ୍ନ ବିଭବ ମଧ୍ୟରେ ଲୋକୋକ୍ତି ବା ଲୋକବାଣୀ ସ୍ୱତନ୍ତ୍ର। ବିଶ୍ୱର ବିଭିନ୍ନ କଥିତ ସାହିତ୍ୟରେ ବହୁ ପ୍ରାଚୀନ କାଳରୁ ଆଦ୍ୟାବଧି ଏହାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଆସିଛି। ଭାରତ ତଥା ଓଡ଼ିଶାରେ ମଧ୍ୟ ଲୋକୋକ୍ତିର ବ୍ୟବହାର ବହୁମାତ୍ରାରେ ଦେଖିବାକୁ ମିଳିଥାଏ। ଓଡ଼ିଶାର ଉତ୍ତର, ଦକ୍ଷିଣ, ପୂର୍ବ ପରି ପଶ୍ଚିମାଞ୍ଚଳରେ ମଧ୍ୟ ସାଧାରଣ ଗ୍ରାମ୍ୟ ଜନତାର ମୁଖେମୁଖେ ଏହା ପ୍ରଚଳିତ। ଏହି ଅଞ୍ଚଳର ଲୋକ କଥିତ ଭାଷାକୁ ସମ୍ବଲପୁରୀ ଭାଷା ବୋଲି କୁହାଯାଇ ଥାଏ। ଏହା ମାନକ ଭାଷା ଓଡ଼ିଆର ଏକ ଉପଭାଷା ଅଟେ। ଓଡ଼ିଶାର ଅନ୍ୟାନ୍ୟ ଉପଭାଷା ପରି ସମ୍ବଲପୁରୀ ଭାଷାର ମଧ୍ୟ ସ୍ୱାତନ୍ତ୍ର୍ୟ ରହିଛି। ତେଣୁ ଏହି ଭାଷାରେ ପ୍ରଚଳିତ ଥିବା ଅନେକ ଲୁପ୍ତପ୍ରାୟ ଲୋକୋକ୍ତି ବା ଲୋକବାଣୀକୁ ଲୋକଲୋଚନକୁ ଆଣିବା ଓ ଏହାର ସ୍ୱାତନ୍ତ୍ର୍ୟ ପ୍ରତିପାଦନ କରିବା ହେଉଛି ଏହି ନିବନ୍ଧର ମୁଖ୍ୟ ଆଭିମୁଖ୍ୟ।