ଗବେଷକ, ସହକାରୀ ପ୍ରଫେସର
ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ, କିସ୍ ମାନିତ ବିଶ୍ୱବିଦ୍ୟାଳୟ, ଭୁବନେଶ୍ୱର

Article ID: BM2024/05-A005

Article Received : 12.09.2024 | Accepted : 25.10.2024 | Published : 25.11.2024


ପ୍ରକାଶନ ବିବରଣୀ

ଦ୍ୱିତୀୟ ବର୍ଷ, ପଞ୍ଚମ ସଂଖ୍ୟା | ସେପ୍ଟେମ୍ବର – ଅକ୍ଟୋବର ୨୦୨୪
Volume No. 02 | Issue No. 05 | Sep – Oct 2024


ଓଡ଼ିଶାରେ ୬୪ ପ୍ରକାର ଆଦିବାସୀ ସମ୍ପ୍ରଦାୟ ରହିଛନ୍ତି। ଏଥି ମଧ୍ୟରୁ ୧୩ଗୋଟି ଜାତି ଆଦିମ ଜନଜାତି ଅଟନ୍ତି। ଏମାନଙ୍କ ମଧ୍ୟରୁ ଓଡ଼ିଶ।।ର ପଶ୍ଚିମାଞ୍ଚଳ ଯଥା- ବଲାଙ୍ଗୀର, ବରଗଡ଼, ନୂଆପଡ଼ା ଓ ଛତିଶଗଡ଼ ରାଜ୍ୟର ମହାସମୁନ୍ଦ, ଦେଉରୀ ବ୍ଲକ୍ ର ହଣ୍ଡାପାଆ ଗ୍ରାମ ସହ କେତେକ ଗ୍ରାମାଞ୍ଚଳରେ ‘ଦଳ’ ଜନଜାତି ବସବାସ କରନ୍ତି। ଓଡ଼ିଶାରେ ‘ଦଳ’ ଜନଜାତି ବସବାସ କରୁଥିବା ୧୬୯ରୁ ଅଧିକ ଗ୍ରାମ ରହିଛି। ହାରାହାରି ୮ଟି ବ୍ଲକ ଓ ୩୨ ଗ୍ରାମପଞ୍ଚାୟତ, ୩ ଜିଲ୍ଲା ଓ ଛତିଶଗଡ଼ ୪ଟି ଗ୍ରାମରେ ‘ଦଳ’ ଜନଜାତି ବସବାସ କରୁଛନ୍ତି। ‘ଦଳ’ ଜନଜାତିର ସାଂସ୍କୃତିକ ଜୀବନ ଅତି ଉନ୍ନତ ମାନର। ‘ଦଳ’ ଜନଜାତିଙ୍କର ନୀତି ନୀୟମ, ବସବାସ, ଚାଳି ଚଳଣି, ବିବାହ ପ୍ରଥା, ଜାନିଯାତ୍ରା, ପର୍ବପର୍ବାଣୀ, ଚିତା କୁଟା, ଜନ୍ମ ସଂସ୍କାର, ଜାତି ସଂସ୍କାର ଭଳିି ମୃତ ସଂସ୍କାର କର୍ମଟି ଅନନ୍ୟ ଅଟେ। ପରିବାରରେ କୌଣସି ସଦସ୍ୟଙ୍କର ମୃତ୍ୟୁ ହେଲେ ତା’ର କିପରି ବିଧି ବିଧାନ ସହ, ଯେତେ ଅସୁବିଧା ଥିଲେ ମଧ୍ୟ ମୃତ ସଂସ୍କାର(ଦଶା କାମ୍‌) କାର୍ଯ୍ୟଟିକୁ ଅତି ଗୁରୁତ୍ୱର ସହ, ନିଷ୍ଠା ପର ଭାବରେ ପାଳନ କରାଯାଇଥାଏ। ‘ଦଳ’ ମାନେ ବିଶ୍ୱାସ କରନ୍ତି ଯେ- ଏ ସବୁ କରିବା ଦ୍ୱାରା ତାଙ୍କର ପରିବାରର, ସମାଜର ତଥା ସମସ୍ତଙ୍କର ମଙ୍ଗଳ ସାଧିତ ହୋଇପାରିବ। ଆଲୋଚ୍ୟ ପ୍ରବନ୍ଧଟିରେ ଏହି ‘ଦଳ’ ସଂପ୍ରଦାୟର ମୃତ ସଂସ୍କାର କର୍ମ ବିଷୟରେ ଏକ ଅଧ୍ୟୟନ କରାଯାଇ ସେ ବାବଦରେ ବର୍ଣ୍ଣନା କରାଯାଇଛି। ସଂସ୍କାର କର୍ମଟିର ଆରମ୍ଭରୁ ଶେଷ ଘଟଣାକୁ କିଛି ପ୍ରତ୍ୟକ୍ଷ ଫଟୋ ଚିତ୍ର ମାଧ୍ୟମରେ ଦର୍ଶା ଯାଇଛି।

ପଶ୍ଚିମ ଓଡ଼ିଶା, ‘ଦଳ’ ଜନଜାତି, ସଂସ୍କୃତି ଓ ପରମ୍ପରା, ମୃତ ସଂସ୍କାର, ଜୀବନଚର୍ଯ୍ୟା, ଧାର୍ମିକ ଚିନ୍ତାଧାରା

୧) ପସାୟତ, ଚିତ୍ରସେନ୍ (ସଂକଳନ ଓ ସଂମ୍ପାଦନା)। ୨୦୧୬। ଆଦିବାସୀ ମୌଖିକ ସାହିତ୍ୟ ପରମ୍ପରା, ଦ୍ୱିତୀୟ ମୁଦ୍ରଣ। ନୂଆ ଦିଲ୍ଲୀ: ସାହିତ୍ୟ ଅକାଦେମି, ରବିନ୍ଦ୍ର ଭବନ, ୩୫ ଫିରୋଜ୍ ସାହ ରୋଡ୍‌ । ପୃଷ୍ଠା-୧୩୧, ୧୩୪।
୨) ବେଶ୍ରା, ଦମୟନ୍ତୀ। ୨୦୨୦। ଆଦିବାସୀ ସମାଜ ଓ ସଂସ୍କୃତି। ପ୍ରଥମ ପ୍ରକାଶ। ଭୁବନେଶ୍ୱର: ଏନ୍‌-୬/୪୨୮, ଆଇ.ଆର୍‌.ସି ଭିଲେଜ୍‌, ନୟାପଲ୍ଲୀ।
୩) Ota, A.B., Mohanty, S.C.- DAL Photo Handbook on Tribes of Odisha Series 49, Page- 27, DAL@ SCSTRTI Development Department, Government of Odisha, CRP Square, Bhubaneswar-751003, 2018.
୪) ମଲ୍ଲିକ, ଶ୍ରୀ ସୁବନ। ୨୦୦୪। ଆଦିକନ୍ଧ ସମାଜ ନିୟମାବଳୀ। ପ୍ରଥମ ସଂସ୍କରଣ। ନୂଆପଡ଼ା: ରାଜବୋଡ଼ା ସମ୍ବର ଆଦିକନ୍ଧ ସମାଜ, ଝାରବନ୍ଧ, ଖଡ଼ିଆଲ ରୋଡ଼।

This work is licensed under a Creative Commons Attribution 4.0 International License.