ଅଧ୍ୟାପିକା, ଓଡ଼ିଆଭାଷା ଓ ସାହିତ୍ୟ ବିଭାଗ,
ଶ୍ରୀ ଜୟଦେବ ଶିକ୍ଷା ଓ ବୈଷୟିକ ମହାବିଦ୍ୟାଳୟ, ଭୁବନେଶ୍ୱର
ଓଡ଼ିଆ ବିଶ୍ୱବିଦ୍ୟାଳୟ, ସତ୍ୟବାଦୀ, ପୁରୀ

Article ID: BM2024/05-A001

Article Received : 14.07.2024 | Accepted : 25.10.2024 | Published : 25.11.2024


ପ୍ରକାଶନ ବିବରଣୀ

ଦ୍ୱିତୀୟ ବର୍ଷ, ପଞ୍ଚମ ସଂଖ୍ୟା | ସେପ୍ଟେମ୍ବର – ଅକ୍ଟୋବର ୨୦୨୪
Volume No. 02 | Issue No. 05 | Sep – Oct 2024


‘ଲୋକବିଦ୍ୟା’ ହେଉଛି ମାନବ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ମହାଭାରତ ଅଧ୍ୟୟନ, ଆଲୋଚନା, ଗବେଷଣା ଏବଂ ସମୀକ୍ଷାକାଳରେ ପାଠକ ଓ ସମୀକ୍ଷକ ଏହା ମାଧ୍ୟମରେ ଆପଣାକୁ ତଥା ଆପଣାର ପରିବେଶକୁ, ସାମାଜିକ ରୀତିନୀତିକୁ ଖୋଜିପାଏ। ମାନବ ଜୀବନର ଚିତ୍ର, ସକଳ କ୍ରିୟାକର୍ମ ଏବଂ ବିଶ୍ୱାସ ଓ ସମାଜର ଆଦର୍ଶର ପ୍ରତୀକ ରୂପେ ମହାଭାରତର ସ୍ଥାନ ସ୍ୱତନ୍ତ୍ର। ସଂସ୍କୃତି ଓ ପରମ୍ପରାର ମୁକସାକ୍ଷୀ ହେଉଛି ମହାଭାରତ। ଲୋକମାନଙ୍କର ଆଚରଣକୁ ଅର୍ଥାତ୍ ଆଚାର ବିଚାରକୁ ଲୋକାଚାର ବୋଲି କୁହାଯାଇଥାଏ। ଏହାଦ୍ୱାରା ପାରିବାରିକ ତଥା ସାମାଜିକ ଜୀବନ ଶୃଙ୍ଖଳିତ ଓ ସରସ ସୁନ୍ଦର ହୋଇଥାଏ। ଏହା ମଣିଷର ବିଶ୍ୱାସବୋଧ ଉପରେ ପ୍ରତିଷ୍ଠିତ। ଲୋକାଚାରରୁ ସାଂସ୍କୃତିକ ମୂଲ୍ୟବୋଧ ଜଣାପଡ଼େ। ଏହି ପରମ୍ପରା ପୌରାଣିକ ବିଶ୍ୱାସ, ଲୌକିକି ବିଧି ଓ ସାମାଜିକତାର ଆଧାରରେ ଗଢ଼ି ଉଠିଥାଏ। ସଂସ୍କାର ଜନିତ ସକଳ ପ୍ରକାର କ୍ରିୟାନୁଷ୍ଠାନ ମାନବ ସମାଜର ମଙ୍ଗଳ ସାଧନ କରେ, ଏହା ମହାଭାରତ ମାଧ୍ୟମରେ ପ୍ରମାଣିତ। ପ୍ରଥା-ପରମ୍ପରାର କଷଟିରେ ଲୋକାଚାର ମାର୍ଜିତ ଓ ଶୃଙ୍ଖଳିତ ହୋଇଥାଏ। ମଣିଷକୁ ସୁଶୃଙ୍ଖଳିତ, ସୁମାର୍ଜିତ ଓ ସୁନୀତିସଂପନ୍ନ ତଥା ସୁସଂଯତ କରିବା ଲାଗି ସାମାଜିକ ସଂସ୍କାରର ଆବଶ୍ୟକତା ରହିଛି। ମହାଭାରତ ଏକାଧାରରେ ସାମାଜିକ, ସାଂସ୍କୃତିକ, ଆଧ୍ୟାତ୍ମିକ ଓ ନୈତିକ ପରମ୍ପରାର ଏକ ଅନନ୍ୟ ସଫଳ କାଳଜୟୀ ସୃଷ୍ଟି। ଏଥିରେ ସମାଜର ସକଳପ୍ରକାର ପ୍ରୟୋଜନୀୟ ବିଷୟର ସମାହାର ରହିଛି। ଉକ୍ତ ଗବେଷଣା ପତ୍ରରେ ଏହିସବୁ ଦିଗରେ ବିଶେଷ ଆଲୋଚନା କରାଯାଇଛି।

ଲୋକବିଦ୍ୟା, ଲୋକାଚାର, ଲୋକ ସାହିତ୍ୟ, ସନ୍ତାନ ଜନ୍ମବିଧି, ବିବାହ, ମୃତକ୍ରିୟା, ସାରଳା, ମହାଭାରତ

୧) ଦାଶ, ସୂର୍ଯ୍ୟନାରାୟଣ। ୧୯୯୦। ସାରଳା ମହାଭାରତରେ ରାଜନୈତିକ ମୂଲ୍ୟବୋଧ। ବ୍ରହ୍ମପୁର: ଗୁରୁ ଗୌରବ ଗ୍ରନ୍ଥ ସେବା।
୨) ଦେବୀ, ସରଳା। ୧୯୫୨। ସାରଳା ମହାଭାରତୀୟ ନାରୀଚିତ୍ର। ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟ।
୩) ନାୟକ, ରାଘବାନନ୍ଦ। ୧୯୯୫। ସାରଳା ମହାଭାରତରେ ଧାର୍ମିକ ପରମ୍ପରା। କଟକ: ଓଡ଼ିଶା ବୁକ୍ ଷ୍ଟୋର।
୪) ନାୟକ, ହରିକୃଷ୍ଣ। ୨୦୧୨। ସାରଳା ମହାଭାରତରେ ସାମାଜିକ ଆଦର୍ଶ। ପ୍ରଥମ ପ୍ରକାଶ, ଭୁବନେଶ୍ୱର: ସତ୍ୟମ ପବ୍ଲିକେଶନସ୍।
୫) ମହାନ୍ତି, ବଂଶୀଧର। ୧୯୭୩। ଓଡ଼ିଆ ସାହିତ୍ୟର ଇତିହାସ (ଦ୍ୱିତୀୟ ଭାଗ)। କଟକ:ଫ୍ରେଣ୍ଡସ୍ ପବ୍ଲିଶର୍ସ।
୬) ରଥ, ଦୀନବନ୍ଧୁ। ୧୯୭୪। ସାରଳା ମହାଭାରତରେ ସାମାଜିକ ଜୀବନ। ପ୍ରଥମ ପ୍ରକାଶ, କଟକ : ଗ୍ରନ୍ଥମନ୍ଦିର।
୭) ଶାରଳା ସ୍ମାରକ। ୧୯୮୦। ସାରଳା ସାହିତ୍ୟରେ ଧର୍ମ । କଟକ : ଫ୍ରେଣ୍ଡର୍ସ ପବ୍ଲିଶର୍ସ।
୮) ମହାନ୍ତି, ଆର୍ତ୍ତବଲ୍ଲଭ(ସଂ)। ୨୦୦୭। ସାରଳା ମହାଭାରତ। କଟକ: ସାରଳା ସାହିତ୍ୟ ସଂସଦ।

This work is licensed under a Creative Commons Attribution 4.0 International License.