ଡ଼. ବିଶ୍ୱନନ୍ଦନ ଦାଶ

ସହଯୋଗୀ ପ୍ରାଧ୍ୟାପକ(ଅତିଥି), ଭାଷାବିଜ୍ଞାନ ବିଭାଗ,

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ, ବ୍ରହ୍ମପୁର

Article ID: BM2024/4-A002

Article Received : 02.08.2024 | Accepted : 25.08.2024 | Published : 25.09.2024


ପ୍ରକାଶନ ବିବରଣୀ

ଦ୍ୱିତୀୟ ବର୍ଷ, ଚତୁର୍ଥ ସଂଖ୍ୟା | ଜୁଲାଇ – ଅଗଷ୍ଟ ୨୦୨୪
Vol. No. 02 | Issue No. 04 | July – August 2024


ସାରାଂଶ

‘ଅସ୍ମିତା’! ତାହା ପୁଣି ‘ଓଡ଼ିଆ ଅସ୍ମିତା’! ଯାହା ଏକ ମାନସିକତାର ଆଭିମୁଖ୍ୟ ବା ପରିଚୟର ଧାରଣା। ଏହି ଆଚରଣର ଧାରଣା ପ୍ରାୟତଃ ଅନୁମେୟ, କିନ୍ତୁ କାହାର ଭାବପ୍ରବଣତାର ସମ୍ପର୍କରେ ନୁହେଁ। କୌଣସି ମନୋଭାବକୁ ଆକଳନ କରିବା ପ୍ରାୟତଃ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ। ଜଣଙ୍କ ଭାଷା ଓ ଜାତି ପାଇଁ ଭାବପ୍ରବଣତା ଓ ବୈଶିଷ୍ଟ୍ୟ ପ୍ରାୟତଃ ଏକ ସାମାଜିକ ବ୍ୟବସ୍ଥା ଦ୍ୱାରା ବ୍ୟବସ୍ଥିତ। ‘ଅସ୍ମିତା’ ବିଷୟରେ ବିବେଚନା କଲେ ତାହା ଜ୍ଞାନାତ୍ମକ, ଭାବପ୍ରବଣ ଏବଂ ଆଚରଣଗତ ଉପାଦାନ ଦ୍ୱାରା ଅନ୍ତର୍ଭୁକ୍ତ, ଯେପରି – ନିଜର ବିଶ୍ୱାସ ଏବଂ କାର୍ଯ୍ୟ କରିବାର ଶୈଳୀ ନିର୍ଭରଶୀଳ। ବିଗତ କିଛିଦିନ ଧରି ଓଡ଼ିଶାରେ ସାମାଜିକ ଓ ରାଜନୈତିକ ବ୍ୟକ୍ତିଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ଗଣମାଧ୍ୟମରେ ଓ ସଭାସମିତିରେ ‘ଅସ୍ମିତା’ ଶବ୍ଦର ବ୍ୟାପକ ପ୍ରୟୋଗ ହେଉଛି। ଅସ୍ତମିତ ଓଡ଼ିଆ ଅସ୍ମିତାର ପୁନଃ ଉନ୍ମେଷ ହୋଇଛି, ଏକ ରାଜନୈତିକ ବୈଚିତ୍ର ରୂପରେ। କିନ୍ତୁ ପ୍ରଚଳିତ ସମୟରେ ‘ଅସ୍ମିତା’ ଶବ୍ଦଟିର ପ୍ରକୃତ ତର୍ଜମା ହେଉନାହିଁ। ଏଣୁ ଏହି ପ୍ରସଙ୍ଗରେ ଅଧିକ ସ୍ପଷ୍ଟ ଅନୁସନ୍ଧାନ ଆବଶ୍ୟକ। ସାମ୍ପ୍ରତିକ ପ୍ରବନ୍ଧରେ ଏହି ଅଭାବ ଦୂର ପାଇଁ, ଓଡ଼ିଆ ଅସ୍ମିତାର ବାସ୍ତବିକ ବୁଝାମଣା, ଐତିହାସିକ ପୃଷ୍ଠଭୂମି, ସ୍ୱରୂପ, ସଂଜ୍ଞା, ଏବଂ ଦୃଷ୍ଟିକୋଣ ବିଷୟରେ ବିଶେଷ ପ୍ରୟୋଗାତ୍ମକ ସମୀକ୍ଷା କରାଯାଇଛି। ଏଣୁ ଏକାନ୍ତ ବିଶ୍ୱାସରେ କୁହାଯାଇପାରେ ଯେ, ଜଣେ ପାଠକ ଯେତେବେଳେ ଏହାକୁ ଆମୂଳଚୂଳ ପଢିବେ, ସିଏ ହିଁ ଉପଲବ୍ଧି କରିପାରିବ ଓଡ଼ିଆ ଅସ୍ମିତାର ପରିଧି ଓ ପରିସର। ପାଠାନ୍ତରେ, ଏହି ପ୍ରୟାସକୁ ଆତ୍ମିକ ଅନୁଭବ କରିବା ସହିତ ବିଭିନ୍ନ ନୂତନ ସୀମା ଉଦ୍ଭାବନ ପାଇଁ ଅନ୍ଧାର ରାସ୍ତାରେ ଆଲୋକ ପାଇବା ସାଦୃଶ୍ୟ ହେବ।

ମୂଳଶବ୍ଦ :

ଅସ୍ମିତା, ଓଡ଼ିଆ ଅସ୍ମିତା, ଐତିହାସିକ ଓ ରାଜନୈତିକ ବୈଚିତ୍ର୍ୟ, ପ୍ରୟୋଗାତ୍ମକ ସମୀକ୍ଷା

ପ୍ରାନ୍ତଟୀକା :

୧) ଟଣ୍ଡନ, ଆଲୋକ । ୨୦୧୮। ଅସ୍ମିତା ଔର ଅନ୍ୟତା (ହିନ୍ଦୀ ସଂସ୍କରଣ)। ନୂଆ ଦିଲ୍ଲୀ: ବାଣୀ ପ୍ରକାଶନ।
୨) ଟେଲର, ଚାର୍ଲ୍ସ । ୧୯୮୯ [୧୯୯୨] । ସୋର୍ଶେଷ ଅଫ୍ ସେଲ୍ଫ : ଦି ମାର୍କିଙ୍ଗ ଅଫ୍ ଦି ମଡର୍ଣ୍ଣଂ ଆଇଡିନ୍ଟି । (ଇଂରାଜୀ ସଂସ୍କରଣ)। କେର୍ମ୍ବିଜ : ହାର୍ବାଡ୍ ବିଶ୍ୱବିଦ୍ୟାଳୟ ପ୍ରେସ।
୩) ଦାଶ, ଗଗନେନ୍ଦ୍ର ନାଥ । ୨୦୧୪ । “ଓଡ଼ିଆ-ଅସ୍ମିତା ଚର୍ଚ୍ଚା”, (ପୃଷ୍ଠା ୨୩୮-୨୫୪)। ପୁନଶ୍ଚ ଜନଶ୍ରୁତି କାଞ୍ଚିକାବେରୀ। ଭୁବନେଶ୍ୱର : ସତ୍ୟମ ପବ୍ଳିକେଶନ।
୪) ନନ୍ଦଶର୍ମା, ଗୋପୀନାଥ । ୧୯୨୭ [୧୯୯୫]। ଓଡ଼ିଆ ଭାଷାତତ୍ତ୍ୱ । କଟକ : ନିୟୁ ଷ୍ଟୁଡେଣ୍ଟସ ଷ୍ଟୋର।
୫) ପ୍ରହରାଜ, ଗୋପାଳଚନ୍ଦ୍ର । ୧୯୧୩-୧୯୪୦। ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷା କୋଷ (୭ ଖଣ୍ଡ)। କଟକ : ଦି ଉତ୍କଳ ସାହିତ୍ୟ ପ୍ରେସ।
୬) ପୃଷ୍ଟି, ସୁବ୍ରତ କୁମାର. ଓ ଦାଶ, ବିଶ୍ୱନନ୍ଦନ.। ୨୦୧୮। ଅରିଜିନ ଆଣ୍ଡ ଡେଭେଲୋପମେଣ୍ଟ ଅଫ ଇଣ୍ଡିଆନ ସ୍କ୍ରିପ୍ଟ : ଏ ପୋଜିସନାଲ ଷ୍ଟଡିଜ । ଇଣ୍ଟରନ୍ୟାସନାଲ କନଫରେନ୍ସ ଅଫ୍ ସାଉଥ୍ ଏସିୟାନ ଲାଙ୍ଗୁଏଜେସ୍ ଆଣ୍ଡ ଲିଟରେଚର (ICOSAL-13) ଇଂରାଜୀରେ ଉପସ୍ଥାପିତ। ସେଣ୍ଟ୍ରାଲ ଇନସଚ୍ୟୁଟ ଅଫ୍ ଇଣ୍ଡିଆନ ଲାଙ୍ଗୁଏଜେସ୍ । ମଇସୂରୁ। [ଉପଲବ୍ଧ, https://www.academia.edu/36339675%5D
୭) ପଟ୍ଟନାୟକ, ଦେବୀପ୍ରସନ୍ନ. ଓ ପୃଷ୍ଟି, ସୁବ୍ରତ କୁମାର.। ୨୦୧୩। କ୍ଲାସିକାଲ ଓଡ଼ିଆ (ପ୍ରଥମ ଅନୁଛେଦ)। ଭୁବନେଶ୍ୱର : କିସ୍ ଫାଉଣ୍ଡଏସନ। [ଇଂରାଜୀ ସଂସ୍କରଣ – ISBN 9788192561639]
୮) ରାୟ, ରାଧାନାଥ। ୧୮୯୧। ଚିଲିକା। ଉତ୍କଳ ପ୍ରଭା, ୧ : ୬, ପୃଷ୍ଠା ୧୪୪-୧୬୯। (‘ଓଡ଼ିଆ ବିଭବ’ ପ୍ରକଳ୍ପରେ ଡିଜିଟାଲ୍ ରୂପରେ ଉପଲବ୍ଧ)।
୯) ୱେବର, ମାକ୍ସ। ୧୯୩୦। ଦି ପ୍ରୋଟେଷ୍ଟାଣ୍ଟ୍ ଏଥିକ ଆଣ୍ଡ ଦି ସ୍ପିରିଟ୍ ଅଫ କ୍ୟାପିଟାଲିଜିମ । ([ଇଂରାଜୀ ସଂସ୍କରଣ] ପ୍ରଥମ ଜର୍ମାନୀ ସଂସ୍କରଣ, ୧୯୧୯)। ଲଣ୍ଡନ : ଜର୍ଜ ଆଲେନ ଆଣ୍ଡ ଅନୱିନ ଲିମିଟେଡ।

This work is licensed under a Creative Commons Attribution 4.0 International License.