GUIDELINES FOR AUTHORS

ଲେଖକଙ୍କପାଇଁ ନିର୍ଦ୍ଦେଶାବଳୀ


୨) ‘ବାଗୀଶ’ର ସ୍ୱତନ୍ତ୍ର ଗବେଷଣା ବିଭାଗରେ ସାହିତ୍ୟ, ସାହିତ୍ୟ ତତ୍ତ୍ଵ, ଲୋକ ସାହିତ୍ୟ, ସମାଜ-ସଂସ୍କୃତି-କଳା, ଇତିହାସ, (କେବଳ ଓଡ଼ିଆ ଭାଷା-ସାହିତ୍ୟ-ସଂସ୍କୃତି-ଲୋକ ସାହିତ୍ୟ ଓ ସାହିତ୍ୟ ତତ୍ତ୍ୱ ସମ୍ପର୍କିତ) ଆଦି ବିବିଧ ପ୍ରେକ୍ଷାର ଗବେଷଣାତ୍ମକ ଆଲୋଚନା ପ୍ରକାଶିତ ହୋଇଥାଏ।

୩) ‘ବାଗୀଶ’ ଯୁବପିଢ଼ିଙ୍କୁ ଗବେଷଣାମନସ୍କ କରିବା ନିମନ୍ତେ ପ୍ରୟାସ କରିବା ସହ ସ୍ୱତନ୍ତ୍ର ଆଭିମୁଖ୍ୟ ନେଇ ସଂପ୍ରତି ନିଜ କାର୍ଯ୍ୟ ଅବ୍ୟାହତ ରଖିଛି । ଏହା ବ୍ୟତୀତ ଭବିଷ୍ୟତପାଇଁ ନୂତନ ରୂପରେଖ ମଧ୍ୟ ପ୍ରସ୍ତୁତ କରିଅଛି।

୪) ‘ବାଗୀଶ’ ସର୍ବଦା ନୂଆପଣ ଥିବା ଲେଖା, ଅର୍ଥାତ୍ ପୂର୍ବରୁ ଅନାଲୋଚିତ ଅଥବା ସାଂପ୍ରତିକ ପୃଷ୍ଠଭୂମି ଆଧାରିତ ଗବେଷଣା ପତ୍ରକୁ ହିଁ ସର୍ବଦା ଗୁରୁତ୍ଵ ଦେଇଥାଏ।  

୫) ‘ବାଗୀଶ’ରେ ଏକାକୀୟ ଲେଖକ ଅଥବା ଏକ ନିର୍ଦ୍ଦିଷ୍ଟ ପୁସ୍ତକ ଉପରେ ପ୍ରସ୍ତୁତ ଲେଖାକୁ ବିଶେଷ ପ୍ରାଧାନ୍ୟ  ଦିଆଯାଏ ନାହିଁ। ଯଦି ଲେଖାଟି ସ୍ଵତନ୍ତ୍ର ମନେହୁଏ ଅଥବା ସମୀକ୍ଷକ ମଣ୍ଡଳୀଙ୍କ ଅନୁମୋଦନ ପ୍ରାପ୍ତ କରେ ତେବେ ଏହା ଗ୍ରହଣୀୟ ହୋଇପାରେ।

୬) ଆମେ ସ୍ପଷ୍ଟ କରିଦେବାକୁ ଚାହୁଁ ଯେ, ‘ବାଗୀଶ’ର ପ୍ରତି ସଂଖ୍ୟାରେ କେବଳ ପାଞ୍ଚଟି ଗବେଷଣାତ୍ମକ ଲେଖା ହିଁ ପ୍ରକାଶ ପାଏ। ଏଥିରେ କୌଣସି ବ୍ୟତିକ୍ରମ ଏପର୍ଯ୍ୟନ୍ତ କରାଯାଇନାହିଁ ।

୭) ଏହା ଯେହେତୁ ଏକ ଦ୍ଵି-ମାସିକ ପତ୍ରିକା ଆପଣ ଲେଖା ଦେଲାପରେ ସର୍ବନିମ୍ନ ତିନୋଟି ସଂଖ୍ୟା ପର୍ଯ୍ୟନ୍ତ ଅପେକ୍ଷା କରିବା ବିଧେୟ। ଲେଖାଟି ପ୍ରକାଶନ ପାଇଁ ଯୋଗ୍ୟ ବିବେଚିତ ହେଲେ ସଂପାଦନା ମଣ୍ଡଳୀ ଏ ସମ୍ପର୍କରେ ସୂଚୀତ କରିଥାନ୍ତି। ଆହୁରି ମଧ୍ୟ, ଯଦି ବାଗୀଶର କୌଣସି ସଂଖ୍ୟାରେ ଆପଣଙ୍କ ଲେଖା ପ୍ରକାଶିତ ହୁଏ; ପରବର୍ତ୍ତୀ ଲେଖା ପ୍ରକାଶନ ନିମନ୍ତେ ଆଗାମୀ ତିନୋଟି ସଂଖ୍ୟା ଅପେକ୍ଷା କରିବାକୁ ହେବ।

୯) ଲେଖା ଗ୍ରହଣ ସମୟରେ କୌଣସି ଦେୟ ବା ଅର୍ଥରାଶି ଗ୍ରହଣ କରାଯାଏ ନାହିଁ । ଅଥବା ଅର୍ଥରାଶି ପ୍ରଦାନ କରିଦେଲେ ଲେଖା ପ୍ରକାଶ ପାଇଯିବ ସେ ବିଚାରରୁ ଦୂରେଇ ରୁହନ୍ତୁ। ବାଗୀଶ କେବେ କୌଣସି ଲେଖା ପ୍ରକାଶନପାଇଁ ଅର୍ଥ ଦାବୀ କରିନଥାଏ। ଅବଶ୍ୟ ଲେଖାଟି ପ୍ରକାଶିତ ହେବା ପରେ ମୁଦ୍ରିତ ପତ୍ରିକା ଓ ଡାକ ଖର୍ଚ୍ଚ ବାବଦକୁ ସାମାନ୍ୟ ଅର୍ଥରାଶି ଲେଖକଙ୍କୁ ଦେବାକୁ ହୁଏ।

୧୦) ‘ବାଗୀଶ’ ସର୍ବଦା ଏକ ନିର୍ମଳ ଓ ନୈତିକ ମୂଲ୍ୟବୋଧକୁ ଅଧାରକରି ଆଗକୁ ବଢିବାର ସ୍ଵପ୍ନ ଦେଖେ। ତେଣୁ ସବୁ କ୍ଷେତ୍ରରେ ଏ ନିର୍ମଳତା ଓ ନୈତିକତା ବଜାୟ ରଖିବା ଆମ ସମସ୍ତଙ୍କ କର୍ତ୍ତବ୍ୟ।


RULES FOR SENDING RESEARCH PAPERS

ଲେଖା ପ୍ରେରଣର ନିୟମ

୧) ଲେଖାଟି ୱାର୍ଡ ଫାଇଲ(MS WORD FILE) ମଧ୍ୟରେ ଓଡ଼ିଆ ୟୁନିକୋଡ଼ରେ ଡ଼ିଟିପି ହୋଇଥିବା ଆବଶ୍ୟକ। ଆକୃତି କିମ୍ବା ପେଜ୍‌ମେକର ଫାଇଲ ଗ୍ରହଣୀୟ ନୁହେଁ।  

୨) ଲେଖା ସହ ଲେଖକଙ୍କ ନାମ, ପଦବୀ, ଅନୁଷ୍ଠାନର ନାମ, ସଂପୂର୍ଣ୍ଣ ଠିକଣା, ଇ-ମେଲ, ଯୋଗାଯୋଗ ଆଦି ପ୍ରଦାନ କରିବା ନିତାନ୍ତ ଆବଶ୍ୟକ।  ଯାହା ଫର୍ମ(CLICK HERE FOR SUBMITION) ରେ ଉଲ୍ଲେଖ କରାଯାଇଛି।

୩) ଲେଖା ସହ ଲେଖକଙ୍କ ସଂକ୍ଷିପ୍ତ ପରିଚୟ (୪-୫ ଧାଡ଼ି ଭିତରେ)ମଧ୍ୟ ପ୍ରଦାନ କରାଯିବା ଆବଶ୍ୟକ ଏଠାରେ ଲେଖକ ତାଙ୍କ ଗବେଷଣାର କ୍ଷେତ୍ର, ଅଭିଜ୍ଞତା ଓ ସ୍ଵତନ୍ତ୍ର ଉପଲବ୍ଧି ସମ୍ପର୍କରେ ସୂଚନା ଦେଇପାରିବେ।

୪) ଲେଖା ସହ ଲେଖାର ସାରାଂଶ (୭-୮ ଧାଡ଼ି ଭିତରେ ) ପ୍ରଦାନ କରିବା ବାଧ୍ୟତାମୂଳକ। ଏହା ସହ ଲେଖାକୁ ଆଧାର କରି ପାଞ୍ଚଟି ମୂଳଶବ୍ଦ ମଧ୍ୟ ଲେଖକ ପ୍ରଦାନ କରିବେ।  

୫) ସଂପୂର୍ଣ୍ଣ ଲେଖା MS-WORD FILE( ଅକ୍ଷର ଆକାର ୧୨ ଥାଇ ୧୦ ପୃଷ୍ଠା ଭିତରେ) ଆମକୁ ଫର୍ମ ମାଧ୍ୟମରେ ପଠାଇବାକୁ ହେବ। ଆପଣ ଚାହିଁଲେ ପ୍ରଦତ୍ତ DEMO COPY ଅନୁଯାୟୀ MS-WORD FILEରେ ସମସ୍ତ ବିଷୟ ସଂଯୁକ୍ତ କରି ମଧ୍ୟ ପ୍ରଦାନ କରିପାରିବେ। କିନ୍ତୁ ଫର୍ମ ପୂରଣ କରିବା ବାଧ୍ୟତାମୂଳକ। ଏଠି ମୁଁ କହିରଖେ ଯେ, ଫର୍ମରେ ଫାଇଲ ଅପଲୋଡ କରିବା ବାଧ୍ୟତାମୂଳକ ନୁହେଁ। ଆପଣ ଯଦି ଫର୍ମରେ ଫାଇଲ ଅପଲୋଡ କରିପାରୁ ନାହାଁନ୍ତି ତେବେ ଆମକୁ ଇ-ମେଲ (bageesha.magazine@gmail.com) ମାଧ୍ୟମରେ କେବଳ ଲେଖା ଓ ସ୍ୱୀକୃତି ପତ୍ରର ଫାଇଲଟି ପଠେଇବେ।  

୬) ଉପଯୁକ୍ତ ପ୍ରକ୍ରିୟାରେ ଲେଖା ଦାଖଲ ପାଇଁ MS-WORD FILE SUBMITION DEMO COPY (CLICK HERE FOR DEMO COPY) ଡାଉନଲୋଡ ସେକସନ୍‌ରୁ ଡାଉନଲୋଡ କରିପାରିବେ । ଏଥି ସହ ଲେଖାକୀୟ ସ୍ୱୀକୃତି ପତ୍ରର ପିଡିଏଫ୍ ମଧ୍ୟ ଉପଲବ୍ଧ। ଯାହା ଠିକ୍ ଭାବେ ପୂରଣ କରି ଆମକୁ ଏହାର ସ୍କାନ୍ ଅଥବା ଡିଜିଟାଲ୍ କପି ପଠାଇବାକୁ ହେବ।    


THE PROCESS OF PUBLICATION

ପ୍ରକାଶନର ପ୍ରକ୍ରିୟା

୧) ଉପଯୁକ୍ତ ପ୍ରକ୍ରିୟାରେ ଲେଖକଙ୍କୁ ପ୍ରଥମେ ଫର୍ମ ମାଧ୍ୟମରେ ଲେଖା ଦାଖଲ କରିବାକୁ ହୁଏ। ଏହାପରେ ଏହା ସଂପାଦନା ମଣ୍ଡଳୀଙ୍କ ପାଖକୁ ପଠାଇଦିଆଯାଏ।

୨) ପ୍ରାପ୍ତ ଲେଖାଟିକୁ  ମୁଖ୍ୟ ସଂପାଦକ ଓ ସଂପାଦନା ମଣ୍ଡଳୀଙ୍କ ସମୀକ୍ଷା ପରେ ସମୀକ୍ଷକ ମଣ୍ଡଳୀଙ୍କ ପାଖକୁ ପଠାଯାଏ । ଯଦି ଲେଖାଟି ଅସମ୍ପୂର୍ଣ୍ଣ ଅଥବା ଏଥିରେ କୌଣସି ସମସ୍ୟା ରହିଥାଏ ତେବେ ଏହା ପୁନଃ ଲେଖକଙ୍କ ପାଖକୁ ପଠାଇ ଦିଆଯାଏ।

୩) ସମୀକ୍ଷକ ମଣ୍ଡଳୀ ଲେଖାର ଗୁଣବତ୍ତାକୁ ପରୀକ୍ଷା କରି ସଂପାଦନା ମଣ୍ଡଳୀଙ୍କୁ ଜଣାନ୍ତି। 

୪) ସଂପାଦନା ମଣ୍ଡଳୀ ଲେଖାଟିକୁ ସଂପାଦନା କଲାପରେ, ଏହା ପ୍ରକାଶନ ପାଇଁ ଅନୁମୋଦିତ ହୁଏ।

୫) ଶେଷରେ ଲେଖାଟି ପ୍ରକାଶିତ ହୁଏ।