VOL. NO. 03 | ISSUE NO. 04 | JULY-AUGUST 2025


ତୃତୀୟ ବର୍ଷ, ଚତୁର୍ଥ ସଂଖ୍ୟା | ଜୁଲାଇ-ଅଗଷ୍ଟ ୨୦୨୫




READ ABSTRACT

ଓଡ଼ିଶାରେ ଅନେକ ଭାଷାଭାଷୀ ଲୋକ ବସବାସ କରନ୍ତି। ଭାଷାଭିତ୍ତିରେ ଗଠିତ ପ୍ରଥମ ରାଜ୍ୟ ହେଉଛି ଓଡ଼ିଶା। ଓଡ଼ିଶାର ଅଧିବାସୀ ଓଡ଼ିଆ ଭାଷୀ। ତଥାପି ଓଡ଼ିଶାରେ ଅନେକ ଭାଷାଭାଷୀ ଲୋକ ବସବାସ କରନ୍ତି। ଓଡ଼ିଶାର ଭାଷା କ୍ଷେତ୍ର ବିସ୍ତୀର୍ଣ୍ଣ ଓ ବ୍ୟାପକ। ମାନକ ଓଡ଼ିଆ ଭାଷା ପ୍ରଚଳିତ ହେଉଥିଲେ ମଧ୍ୟ ବିଭିନ୍ନ ସ୍ଥାନରେ ଭିନ୍ନଭିନ୍ନ ଭାଷା ପ୍ରଚଳିତ। ଓଡ଼ିଶାରେ ଅନେକ ଉପଭାଷା ମଧ୍ୟ ପ୍ରଚଳିତ। ସେହି ସବୁ ମଧ୍ୟରେ ଆଦିବାସୀମାନଙ୍କ ମଧ୍ୟ ସ୍ୱତନ୍ତ୍ର ଭାଷା ରହିଛି। କନ୍ଧମାନଙ୍କ କୁଇ, ଗୋଣ୍ଡମାନଙ୍କର ଗୋଣ୍ଡି, ଭତରାମାନଙ୍କର ଭତରୀ, ସଉରାମାନଙ୍କର ସଉରୀ, ସାନ୍ତାଳମାନଙ୍କର ସାନ୍ତାଳୀ ପରି ବଞ୍ଜାରାମାନଙ୍କର ବଞ୍ଜାରୀ ଭାଷା ରହିଛି। ଭାଷା ହେଉଛି ଗୋଟିଏ ସଂପ୍ରଦାୟର ପରିଚୟ। ଭାଷା ଗୋଟିଏ ସଂପ୍ରଦାୟକୁ ସ୍ୱତନ୍ତ୍ର କରିରଖିଥାଏ। ଭାଷାର ସ୍ୱତନ୍ତ୍ରତା ସଂପ୍ରଦାୟ ସଂପ୍ରଦାୟ ମଧ୍ୟରେ ପାର୍ଥକ୍ୟ ସୂଚୀତ କରେ। ଏହି ଧାରାରେ ଓଡ଼ିଶାରେ ବସବାସ କରୁଥିବା ବଞ୍ଜାରା ସଂପ୍ରଦାୟର ମଧ୍ୟ ସ୍ୱତନ୍ତ୍ର ଭାଷା ରହିଛି। ଯାହା ବଞ୍ଜାରୀ ଭାଷା ନାମରେ ପରିଚିତ। ଉକ୍ତ ପ୍ରବନ୍ଧରେ ଉକ୍ତ ଭାଷାର ବିଶ୍ଳେଷଣପାଇଁ ଚେଷ୍ଟା କରାଯାଇଛି।





ଉତ୍ତର-ଅଶୀ ଓଡ଼ିଆ କବିତାରେ ଜଗନ୍ନାଥ ଚେତନାର ରୂପାନ୍ତରୀକରଣ: ଏକ ପାଠକୀୟ ଆବେଦନ

ଲେଖକ: ବାବୁଲୁ ପଧାନ
Article No. BM2025/04-A003
DOI: 10.70541/BAGEESHA/2025030403
PAGE: 19-25

READ ABSTRACT

ଉତ୍ତର-ଅଶୀ ଓଡ଼ିଆ କବିତା ଓଡ଼ିଶାର ସାମାଜିକ–ସାଂସ୍କୃତିକ ଜୀବନବୋଧର ଗଭୀର ପରିବର୍ତ୍ତନକୁ ଆତ୍ମସାତ କରି ନୂତନ ଚେତନାତ୍ମକ ଦୃଷ୍ଟିଭଙ୍ଗୀର ବିନିର୍ମାଣ କରିଛି। ଏହି ପରିବର୍ତ୍ତନର ପରିପ୍ରେକ୍ଷୀରେ ଜଗନ୍ନାଥ ଚେତନା, ପାରମ୍ପରିକ ଭକ୍ତିମୟ ଧାରାକୁ ଅତିକ୍ରମକରି ସାମାଜିକ, ଦାର୍ଶନିକ ଓ ମାନବୀୟ ପ୍ରତୀକରେ ରୂପାନ୍ତରିତ ହୋଇଛି। ଏହି ପ୍ରବନ୍ଧରେ ଅଶୀ ପରବର୍ତ୍ତୀ ଓଡ଼ିଆ କବିତାରେ ଶ୍ରୀଜଗନ୍ନାଥ ଚେତନା କିପରି ନୂତନ ଭାବବୋଧ, ରୂପକ, ଭାଷା ଓ ଦୃଷ୍ଟିକୋଣରେ ପୁନଃନିର୍ମିତ ହୋଇଛି ତାହାର ଏକ ସମାଲୋଚନାତ୍ମକ ପାଠକୀୟ ଅନୁସନ୍ଧାନ ପ୍ରସ୍ତୁତ କରାଯାଇଛି। ସଚ୍ଚିଦାନନ୍ଦ ରାଉତରାୟ, ଗୁରୁପ୍ରସାଦ ମହାନ୍ତି, ଦୀପକ ମିଶ୍ର, ବେଣୁଧର ରାଉତ ପରି କବିମାନଙ୍କ କବିତାରେ ଜଗନ୍ନାଥ କେବଳ ଦେବତା ରୂପେ ନୁହେଁ ବରଂ ସେ ସମୟର ସାକ୍ଷୀ, ଅସମତାର ପ୍ରତିବାଦୀ ସ୍ୱର, ମାନବୀୟ ଯନ୍ତ୍ରଣାର ସହଯାତ୍ରୀ ଓ ଅସ୍ତିତ୍ୱବାଦୀ ଅନ୍ୱେଷଣର ଏକ ସାର୍ବଜନୀନ ପ୍ରତୀକ ଭାବେ ଉପସ୍ଥାପିତ। ଏହି ଅଧ୍ୟୟନ ଦର୍ଶାଏ ଯେ ଅଶୀ ପରବର୍ତ୍ତୀ ଓଡ଼ିଆ କବିତାରେ ଶ୍ରୀଜଗନ୍ନାଥୀୟ ଚେତନା ଆଧୁନିକ ସଂକଟବୋଧ ଓ ମାନବୀୟ ଆକାଂକ୍ଷା ସହ ସଂଲଗ୍ନ ହୋଇ ଏକ ନୂତନ ସାହିତ୍ୟିକ ମାନଦଣ୍ଡ ସୃଷ୍ଟି କରିଛି।




ଲେଖକ: ନିଲୋଫର୍ ପରୱିନ
Article No. BM2025/04-A005
DOI: 10.70541/BAGEESHA/2025030405
PAGE: 36-40

READ ABSTRACT

ମହାଭାରତ ମହାସମୁଦ୍ର ପରି ବିଶାଳ ଓ ବିସ୍ତୃତ। ମହାସମୁଦ୍ର ଯେପରି ଲବଣାକ୍ତ ହୋଇଥିଲେ ସୁଦ୍ଧା ତା’ ଗର୍ଭରେ ଗଚ୍ଛିତ କରି ରଖିପାରେ ଅମୃତ ସମେତ ନାନାଦି ଅମୂଲ୍ୟ ରତ୍ନ। ସେହିପରି ସାରଳା ମହାଭାରତ ତା’ର ସମସ୍ତ ଲୌକିକଲିପ୍ତତା ସତ୍ୱେ ଆମକୁ ଦେଇଥାଏ ବିଶ୍ୱାସନୀୟ ବାସ୍ତବ ସମାଜର ରୀତିନୀତି ଓ ସଂସ୍କୃତିର ମଧୁର ପରିଚୟ। ରାଜକୀୟ ଜୀବନଠାରୁ ଆରମ୍ଭ କରି ସାଧାରଣ ଜୀବନସ୍ତରୀୟ ଉପାଦାନ ଏହାର ଅଙ୍ଗୀଭୂତ। ମୂଳ ମହାଭାରତର ଛାଂଚକୁ ଗ୍ରହଣ କରି ସାରଳା ମହାଭାରତ ସମ୍ପୂର୍ଣ୍ଣ ଏକ ନୂତନ ମହାଭାରତରେ ପରିଣତ ହୋଇଛି। ଦାସକବିଙ୍କ ପ୍ରତିଭା ଓ କଳ୍ପନା ବଳରୁ ଅନ୍ୟାନ୍ୟ ଦେଶୀୟ ଭାଷାରେ ରଚିତ ମହାଭାରତ ଅପେକ୍ଷା ଓଡ଼ିଆ ମହାଭାରତ ଆଜି ଦାବିକରେ ଏକ ମୌଳିକ ମହାଭାରତର ପରିଚୟ। ମୟାଧାର ମାନସିଂହ ସ୍ୱ ପୁସ୍ତକ ‘ମାଟିର ମହାକବି ସାରଳା ଦାସ’ରେ ଏହି ପରିଚୟକୁ ଆମ ଆଗରେ ବଳିଷ୍ଠ ଭାବେ ଉପସ୍ଥାପନ କରିଛନ୍ତି। ତାହାର ବିଶ୍ଳେଷଣ ଉକ୍ତ ନିବନ୍ଧର ପ୍ରଧାନ ଲକ୍ଷ୍ୟ।